March 28, 2023

କିଛି ସାମଗ୍ରୀ ଉପରେ କମିବ ଜିଏସ୍‌ଟି

1 min read

ଆଓରି-ଭୁବନେଶ୍ଵର(୨୦/୭) : ପାଖାପାଖି ୩୦-୪୦ଟି ସାମଗ୍ରୀ ଉପରେ ଜିଏସ୍‌ଟି ବା ଟିକସ ହାର କମିବ। ଅପ୍ରତ୍ୟକ୍ଷ ଟାକ୍ସ ସିଷ୍ଟମକୁ ସରଳ କରିବା ପାଇଁ ଜିଏସ୍‌ଟି ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସାନିଟାରୀ ନାପ୍‌କିନ୍‌, ହ୍ୟାଣ୍ଡଲୁମ୍‌ ଏବଂ ହ୍ୟାଣ୍ଡିକ୍ରାଫ୍ଟ ଭଳି କିଛି ସାମଗ୍ରୀକୁ ନିମ୍ନ ଟିକସ ସ୍ଲାବ୍‌ରେ ଅନ୍ତର୍ଭୁକ୍ତ କରାଯିବ। ଜିଏସ୍‌ଟି ପରିଷଦର ୨୮ତମ ବୈଠକରେ ଏହି ନିର୍ଣ୍ଣୟ ନିଆଯିବ। ଦ୍ରବ୍ୟର ଦରରେ ହ୍ରାସ ଘଟିବା ଦ୍ୱାରା ଏହାର ପ୍ରଭାବ ରାଜସ୍ବ ଉପରେ ପଡିବ ନାହିଁ ବୋଲି ଜିଏସ୍‌ଟି ପରିଷଦ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.