March 17, 2023

୪ର୍ଥ ଥର ପାଇଁ ରେପୋ ରେଟ୍‌ ହ୍ରାସ କଲା ଆରବିଆଇ

1 min read
RBI

ଆଓରି-ନୂଆଦିଲ୍ଲୀ(୦୭/୦୮) : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଲଗାତାର ୪ର୍ଥ ଥର ପାଇଁ ରେପୋ ରେଟ୍‌ ହ୍ରାସ କରିଛି। ଆରବିଆଇର ମୁଦ୍ରା ନୀତି କମିଟି(ଏମପିସି) ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରେପୋ ରେଟ୍‌ ୩୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଫଳରେ ପୂର୍ବରୁ ଥିବା ରେପୋ ରେଟ୍‌ ୫.୭୫%ରୁ ହ୍ରାସପାଇ ୫.୪୦%ରେ ପହଞ୍ଚିଛି। ଏହାଦ୍ବାରା ଦେଶର ଜନସାଧାରଣ ବିଶେଷ ଉପକୃତ ହେବେ।

ଆରବିଆଇର ୬ ଦସଦ୍ୟ ବିଶିଷ୍ଟ ଏମପିସିର ୨ ଜଣ ସଦସ୍ୟ ଚେତନ ଘଟେ ଏବଂ ପାମୀ ଦୁଆ ରେପୋ ରେଟ୍‌ ୩୫ ବେସିସ୍‌ ପଏଣ୍ଟ ହ୍ରାସ ନିଷ୍ପତ୍ତିରେ ଅସହମତ ଥିଲେ। ସେମାନେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବାକୁ ଚାହୁଁଥିଲେ। କିନ୍ତୁ ଅନ୍ୟ ୪ ସଦସ୍ୟ ରବୀନ୍ଦ୍ର ଢୋଲକିୟା, ଦେବବ୍ରତ ପାତ୍ର, ବିଭୂପ୍ରସାଦ ଏବଂ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ସମର୍ଥନ କରିଥିଲେ।

ରେପୋ ରେଟ୍‌ କମ୍‌ ହେବା ପରେ ବ୍ୟାଙ୍କଗୁଡ଼ିକ ଉପରେ ଗୃହ ଏବଂ ମୋଟରଯାନ ଋଣରେ ସୁଧ ହାର କମ୍‌ କରିବା ଲାଗି ଚାପ ପଡ଼ିବ। ଆରବିଆଇ ତରଫରୁ ରିଭର୍ସ ରେପୋ ରେଟ୍‌ ବି ହ୍ରାସ କରାଯାଇଛି। ରିଭର୍ସ ରେପୋ ରେଟ୍‌ କମାଯାଇ ୫.୧୫% କରାଯାଇଛି। ପୂର୍ବରୁ ଏହା ୫.୫୦% ରହିଥିଲା। ରିଭର୍ସ ରେପୋ ରେଟ୍‌ ଅନୁସାରେ ବ୍ୟାଙ୍କଗୁଡ଼ିକ ଆରବିଆଇରେ ଜମା କରୁଥିବା ଅର୍ଥରାଶି ଉପରେ ସୁଧ ପାଇଥାନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.