December 7, 2023

ରାଜଧାନୀରେ ପ୍ରଥମ ଥର ହେଲା ରସଗୋଲା ମହୋତ୍ସବ

1 min read
Rasagola-Mahostava-in-Capital

ଭୁବନେଶ୍ୱର : ଶ୍ରୀମନ୍ଦିରରେ ପ୍ରାଚୀନ କାଳରୁ ପ୍ରଚଳିତ ରସଗୋଲା ପ୍ରତି ଆମମାନଙ୍କର ବିଶେଷ ଶ୍ରଦ୍ଧା ରହିଛି । ଓଡ଼ିଆ ଜନଜୀବନ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ଓତଃପ୍ରୋତ ଭାବେ ଜଡ଼ିତ । ଏହାକୁ ଆହୁରି ଲୋକପ୍ରିୟ କରିବା ଲକ୍ଷ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ବିଏମ୍‌ସି କଲ୍ୟାଣ ମଣ୍ଡପରେ ଓଡ଼ିଶା ଟେଲିଭିଜନ ପରିବାର ତରଫରୁ ରବିବାର ଅପରାହ୍ଣରେ ଆୟୋଜିତ ହୋଇଯାଇଛି ‘ରସଗୋଲା ମହୋତ୍ସବ’ । ଏଠାରେ ପୃଥିବୀର ସବୁଠୁ ବଡ଼ ରସଗୋଲା ପ୍ରଦର୍ଶିତ କରାଯାଇଥିବା ଆୟୋଜକଙ୍କ ତରଫରୁ ଦାବି କରାଯାଇଛି । ଏହି ରସଗୋଲାର ଓଜନ ୧୫ କି.ଗ୍ରାରୁ ଅଧିକ ଥିବା ସୂଚନା ଦିଆଯାଇଛି ।
ଏହି ମହୋତ୍ସବରେ କେନ୍ଦ୍ରାପଡ଼ା, ସାଲେପୁର, ପୁରୀ, ନିମାପଡ଼ା, ତାରପୁର ଏବଂ ଭୁବନେଶ୍ୱର ଉପକଣ୍ଠ ପାହାଳ ଓ ଜାଗମରା ଆଦି ବିଭିନ୍ନ ସ୍ଥାନରୁ କାରିଗରମାନେ ୨୫ରୁ ଅଧିକ ଷ୍ଟଲ୍‌ ଖୋଲିଥିଲେ । କେନ୍ଦ୍ରାପଡ଼ା ରସାବଳି, ନିମାପଡ଼ା ଛେନାଝିଲି, ପୁରୀ ରସଗୋଲା, ପାହାଳ ରସଗୋଲା ଷ୍ଟଲ୍‌ରେ ଭିଡ଼ ଅଧିକ ଥିବା ଦେଖାଯାଇଥିଲା । ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଆୟୋଜକଙ୍କ ପକ୍ଷରୁ ଭଜନ ଏବଂ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ଏକ ଆଲୋଚନାଚକ୍ରରେ ବିଜୟ ମଲ୍ଲ, ଅସିତ୍ ମହାନ୍ତି, ଗବେଷକ ଡ. ପ୍ରମୋଦ ପଣ୍ଡା, ଅନିଶା ସାବତ୍, କବି ରମାକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.