March 30, 2023

ଆଜମ ଖାନଙ୍କୁ ଭୂ-ମାଫିଆ ଭାବରେ ଘୋଷିତ କଲା ରାମପୁର ଜିଲା ପ୍ରଶାସନ

1 min read
Azam-Khan-Aajira-Odisha

ଆଓରି-ନୂଆଦିଲ୍ଲୀ(୧୯/୦୭) : ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନଙ୍କୁ ଗୁରୁବାର ରାମପୁର ଜିଲା ପ୍ରଶାସନ ଭୂ-ମାଫିଆ ଘୋଷିତ କରିଛି। ଏହାସହ ଜମି ଜବରଦଖଲ ନେଇ ତାଙ୍କ ବିରୋଧରେ ଅଜିମନଗର ଥାନାରେ ୧୦ଟି ନୂଆ ମାମଲା ରୁଜୁ ହୋଇଛି।
ରାମପୁର ଏସ୍‍ପି ଅଜୟ ପାଲ ଶର୍ମାଙ୍କ କହିବା ଅନୁସାରେ ଜମି ଜବରଦଖଲ ନେଇ ଆଜମ ଖାନଙ୍କ ବିରୋଧରେ ଏପର୍ଯ୍ୟନ୍ତ ୨୩ଟି ମାମଲା ରୁଜୁ ହୋଇଛି। ସେ ସ୍ଥାନୀୟ କୃଷକଙ୍କୁ ଡରାଇ-ଧମକାଇ ବଳପୂର୍ବକ ଜମି ଜବରଦଖଲ କରିଥିବା ଅଭିଯୋଗ ରହିଛି। ଏହି ମାମଲାର ତଦନ୍ତ ପାଇଁ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଛି। ଅପରପକ୍ଷରେ ଆଜମ ଖାନ ଜମି ଜବରଦଖଲର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କୁ ହରାଇଥିଲେ, ତେଣୁ ତାଙ୍କୁ ଏହାର ଦଣ୍ଡ ମିଳୁଛି ବୋଲି ସେ କହିଛନ୍ତି। ରାମପୁର ପ୍ରଶାସନ ଗୁରୁବାର ରାଜ୍ୟ ସରକାରଙ୍କ ଆଣ୍ଟି ଭୂ ମାଫିଆ ପୋର୍ଟାଲରେ ଆଜମ ଖାନଙ୍କ ନାମକୁ ସାମିଲ କରିଛି। ଅର୍ଥାତ ସାଂସଦ ଆଜମ ଖାନ ଭୂ-ମାଫିଆ ଘୋଷିତ ହୋଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.