ଅଗଷ୍ଟରୁ ବଢ଼ିବ ହୋଣ୍ଡା କାର୍ର ଦାମ୍
1 min read
ଆଓରି-ନୂଆଦିଲ୍ଲୀ(୧୦/୭) : ଅଗଷ୍ଟ ମାସରୁ ହୋଣ୍ଡାର ବିଭିନ୍ନ କାର୍ ମୂଲ୍ୟରେ ୧୦ ହଜାର ଟଙ୍କାରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍(ଏଚ୍ସିଆଇଏଲ୍) ସୋମବାର ଏକ ବିବୃତ୍ତି ଜାରି କରି ଏହା କହିଛି। କଂପାନିର ବରିଷ୍ଠ ଉପସଭାପତି ରାଜେଶ ଗୋୟଲ କହିଛନ୍ତି ଯେ, ଉତ୍ପାଦନରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି, ସୀମା ଶୁଳ୍ପରେ ହୋଇଥିବା ବୃଦ୍ଧି ଓ ପରିବହନ ଖର୍ଚ ବୃଦ୍ଧି ଯୋଗୁଁ ଆମେ ଆମର ବିଭିନ୍ନ ମଡେଲ୍ର ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ।