ରେପ୍ ଇନ୍ ଇଣ୍ଡିଆ ବୟାନରେ କ୍ଷମା ମାଗିବାକୁ ରୋକଠୋକ ମନାକରିଦେଲେ ରାହୁଲ ଗାନ୍ଧୀ
1 min read
ଆଓରି-ନୂଆଦିଲ୍ଲୀ(୧୪/୧୨) : ମରିଯିବି ସିନା କ୍ଷମା ମାଗିବିନି । ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ କଂଗ୍ରେସର ଭାରତ ବଞ୍ଚାଓ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏପରି ଔଦ୍ଧତ୍ୟ ପ୍ରକାଶ କରିଛନ୍ତି । ମୁଁ ସତ କହିଛି ଏଥିପାଇଁ କାହାକୁ କ୍ଷମା ମଗିବାର ଆବଶ୍ୟକତା ନାହିଁ ।
କଂଗ୍ରେସର ରାଲୀରେ ଉପସ୍ଥିତ ଥିବା ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ବବର ସେର ଓ ବାଘୁଣୀ କହି ସମ୍ବୋଧିତ କରିଥିଲେ ରାହୁଲ । ସେ କହିଛନ୍ତି କଂଗ୍ରେସର କର୍ମକର୍ତ୍ତା କହାକୁ ଡରନ୍ତି ନାହିଁ । ରେପ୍ ଇନ୍ ଇଣ୍ଡିଆ ବୟାନରେ କ୍ଷମା ମାଗିବା ପରିବର୍ତ୍ତେ ଆହୁରି ଲଜ୍ଜାଜନକ ଭାବେ ମତ ଦେଇଛନ୍ତି ଯେ ମୁଁ ମରିଯିବି ସିନା ଦେଇଥିବା ବୟାନରେ କ୍ଷମା ମାଗିବି ନାହିଁ ।
ଖାଲି ଏତିକି ନୁହେ ରାହୁଲ ସ୍ୱାଧୀନତା ସଂଗ୍ରାମୀ ସାଭରକରଙ୍କ ନାମକୁ ଯୋଡି କହିଛନ୍ତି, ମୋ ନାମ ରାହୁଲ ସାଭରକର ନୁହେଁ, ରାହୁଲ ଗାନ୍ଧି। ମୁଁ ସତ କହିବାକୁ ଯାଇ କେବେ କ୍ଷମା ମାଗିବିନି। ନା କେହି କଂଗ୍ରେସ ନେତା ଓ କର୍ମୀ ମାଗିବେ