April 18, 2024

ଶ୍ରୀମନ୍ଦିର ବିଭ୍ରାଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟିକଲେ ପୁରୀ ଗଜପତି ମହାରାଜ

1 min read
Puri-Gajapati-Blamed-State-GOVT-Aajira-Odisha

ଆଓରି-ଭୁବନେଶ୍ଵର(୨୯/୧୨) : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଗଜପତି । ଶ୍ରୀମନ୍ଦିର ବିଭ୍ରାଟ ପାଇଁ ସେ ପରୋକ୍ଷରେ ସରକାରଙ୍କୁ ଦାୟି କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା ହେଉଛି ରାଜ୍ୟ ସରକାରଙ୍କର । ଏଣୁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନାକୁ ପ୍ରଥମ ପ୍ରାଧାନ୍ୟ ଦେବା ଉଚିତ ବୋଲି ଗଜପତି ମହାରାଜ କହିଛନ୍ତି ।

ଯେଉଁ ସମୟରେ ରାଜତନ୍ତ୍ର ଥିଲା ସେସମୟରେ ଗଜପତି ମହାରାଜ ମାନେ ଧର୍ମକୁ ମହତ୍ୱ ଦେଉଥିଲେ । କିନ୍ତୁ ୧୯୬୦ ମସିହା ପରଠାରୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ  । ତେଣୁ ଏହାର ପରମ୍ପରାକୁ ବିୃଭ୍ରାଟ ନକରିବା ସହ ପ୍ରଚାର ପ୍ରସାର ମଧ୍ୟ ସେହିଭଲି ଢଙ୍ଗରେ ହେବା ଉଚିତ । ସେହିପରି ରାଜ୍ୟ ଯୋଜନାରେ ସ୍ୱତନ୍ତ୍ର ଭାବେ ଶ୍ରୀମନ୍ଦିର ପରିଚାଳନାକୁ ସାମିଲ କରାଯିବା ଉଚିତ ବୋଲି ମତ ରଖିଛନ୍ତି ଗଜପତି ମହାରାଜ । ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନାକୁ ଅଗ୍ରାଧିକାର ଦିଅନ୍ତୁ  ।

ଏପରି ନକରାଗଲେ ଆଗାମୀ ଦିନରେ ମଧ୍ୟ ସମସ୍ୟା ଲାଗି ରହିବ  । ବ୍ରିଟିଶ୍ ସରକାର ଚାଲିଯାଇଥିଲେ ମଧ୍ୟ ତାଙ୍କ ଭୂତ ରହିଥିବା କାରଣରୁ ଏତେ ବିଭ୍ରାଟ ହେଉଛି ବୋଲି କହି ଗଜପତି ମହାରାଜ କ୍ଷୋଭ ପ୍ରକାଶ କରିଛନ୍ତି  । ତେବେ ଗତକାଲି ଶ୍ରୀମନ୍ଦିରରେ ଘଟିଥିବା ଅଘଟଣ ନେଇ ଗଜପତି ମହାରାଜ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି  । ସୂଚନା ଯେ, ଇଡକୋଲ ଅଡିଟରିୟମ୍ ରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହ ଦେବ ଏହି ପ୍ରତି କ୍ରିୟା ରଖିଛନ୍ତି  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.