ଜାରି ରହିବ ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା
1 min read
ଆଓରି-ଭୁବନେଶ୍ଵର(୨୮/୦୮) : ଆଜି ମଧ୍ୟ ଶ୍ରୀମନ୍ଦିର ଚାରିପାଖରୁ ୭୫ମିଟର ଧରି ମାପ କରାଯାଇ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ । ଏହା ଦ୍ୱାରା ଅନେକ ଘର, ଦୋକାନ, ବିଜନେସ ହାଉସ, କମରସିଆଲ ହାଉସ୍ ଉଚ୍ଛେଦ ହେବାର ସମ୍ଭାବନା ରହିଛି । ଯେଉଁ ମାନଙ୍କୁ ଉଚ୍ଛେଦ କରାଯିବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସାରେଣୀ ପ୍ରସ୍ତୁତ କରାଯାଇଛି । ତାସହ ଯେଉଁ ମାନଙ୍କର ଦୋକାନ ଉଚ୍ଛେଦ କରାଯିବ ସେମାନଙ୍କୁ ଜଗନ୍ନାଥ ବଲ୍ଲଭ ମଠରେ ଥିବା ୩୧ଟି ଦୋକାନ ଘର ଏବଂ ହବିଷ୍ୟାଳି ଶିବିର ତଳେ ମଧ୍ୟ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିସହ ଯେଉଁ ଦୋକାନୀ ମାନେ ଥଇଥାନ ହୋଇ ନାହିଁନ୍ତି ସେମାନେ ଅନ୍ୟତ୍ର ଦୋକାନ କଲେ ସେମାନଙ୍କୁ ଦେୟ ଦିଆଯିବ ବୋଲି ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଛି ।
ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ବିରୋଧରେ ଦୁଇଟି ବ୍ୟବସାୟିକ ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଛନ୍ତି । ଏହା ସହ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିବ ବୋଲି ସେ କହିଛନ୍ତି ।
ଶ୍ରୀମନ୍ଦିର ମେଘନାଦ ପାଚେରୀ ଚଃତୁପାର୍ଶ୍ୱରେ ପାଖାପାଖି ଆକଳନ କରାଯାଇଥିବା ୧୭୨ଟି ଘର ଉଚ୍ଛେଦ ହେବାପରେ ସେମାନଙ୍କୁ ମନ୍ଦିର ପଛପଟେ ଥିବା ମହିପ୍ରକାଶ ମଠ, ଗୋପାଳତୀର୍ଥ ମଠ ମାନଙ୍କରେ ଥଇଥାନ୍ କରାଯିବା ସହ ସେଠାରେ ସେମାନଙ୍କୁ ରହିବା ପାଇଁ ଜାଗା ଦିଆଯିବ । ଅନ୍ୟପଟେ ପଶ୍ଚିମ ଓ ଉତ୍ତର ଦ୍ୱାରରେ ଥିବା ସମସ୍ତ କମରସିଆଲ ହାଉସ ଯଥା ଲଜିଂ, ଗେଷ୍ଟହାଉସ, ଆଶ୍ରମ, ହୋଟେଲ, ଭବନ ଇତ୍ୟାଦି ଉଚ୍ଛେଦ ହେଲେ ସେମାନଙ୍କୁ ବଡ଼ଦାଣ୍ଡରେ ଥିବା ମନ୍ଦିର ଜାଗା ନଚେତ ଜିଲ୍ଲା ପ୍ରଶାସନ ଯାଗାକୁ ସ୍ଥାନାନ୍ତରିତ କରାଯିବ ।