ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମାଗଣାରେ ଟିକା ସହ ୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏଁ ମାଗଣା ରାସନ
1 min read
ଆଓରି-ନୂଆଦିଲ୍ଲୀ(୦୭/୦୬) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବଡ ଘୋଷଣା କରିଛନ୍ତି | ସମସ୍ତ ଦେଶବାସୀଙ୍କ ମାଗଣାରେ କରୋନା ଟିକା ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି | ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାରଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି |
ମାଗଣା ଟିକା ସହ ନଭେମ୍ବର ମାସ ଯାଏ ଲୋକଙ୍କୁ ମାଗଣା ରାସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯିିବ। କରୋନା ପାଇଁ ଯେଉଁମାନଙ୍କର ଜୀବିକା ବିପନ୍ନ ହୋଇଛି ସେମାନଙ୍କୁ ମାଗଣା ରାସନ ଯୋଗାଇ ଦିଆଯିିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ମୋଦୀ କହିଛନ୍ତି ଯେ ଦୀପାବଳି ଯାଏଁ ଗରିବଙ୍କୁ ମାଗଣାରେ ରାସନ ଦିଆଯିବ |ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର କୌଣସି ପରିବାରକୁ ଭୋକରେ ଶୋଇବାକୁ ଦେବେନି | ତେଣୁ ନଭେମ୍ବର ଯାଏଁ ମାଗଣା ରାସନ ଦେବାର ସୀମାକୁ ବଢାଯାଇଛି |