ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୁବ୍ଧ
1 min read
ଆଓରି-ନୂଆଦିଲ୍ଲୀ(୧୬/୦୭) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ସଂସଦୀୟ ଦଳ ବୈଠକରେ ମନ୍ତ୍ରୀମାନଙ୍କ ଉପରେ କଠୋର ହେବାର ନଜର ଆସିଛନ୍ତି । ସଂସଦର ରୋଷ୍ଟର ଡ୍ୟୁଟିରେ ଅନୁପସ୍ଥିତି ରହୁଥିବା ମନ୍ତ୍ରୀମାନଙ୍କର ତାଲିକା ମାଗିଛନ୍ତି ମୋଦି । ଏହି ତାଲିକା ସନ୍ଧ୍ୟା ସୁଧା ଦେବାକୁ ମୋଦିଙ୍କ ନିର୍ଦ୍ଦେଶ ରହିଛି । ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୁବ୍ଧ ହୋଇଛନ୍ତି। ତାଲିକା ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ଏବଂ ମନ୍ତ୍ରୀମାନଙ୍କୁ ସଂସଦରେ ରହିବା ଦରକାର ବୋଲି ମୋଦି ଜୋର୍ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ସରକାରୀ ଅଧିକାରୀଙ୍କ ସହ ବସି ଲୋକଙ୍କ ସମସ୍ୟା କେମିତି ସମାଧାନ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରିବାକୁ କହିଛନ୍ତି। ଖାଲି ଏତିକି ନୁହେଁ ଯକ୍ଷ୍ମା ଓ କୁଷ୍ଠ ପରି ରୋଗର ମୂଳୋତ୍ପାଟନକୁ ଏକ ମିଶନ ଭାବେ ଗ୍ରହଣ କରି କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି। ଦେଶରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ଏହାର ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମୋଦି ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨ ଅକ୍ଟୋବରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ମନ୍ତ୍ରୀମାନେ ନିଜ ନିଜ ଅଞ୍ଚଳରେ ୧୫୦ କିଲୋମିଟର ପଦଯାତ୍ରା କରିବାକୁ କୁହାଯାଇଛି ।