April 20, 2024

କଂଗ୍ରେସକୁ ସମାଲୋଚନା କଲେ ନରେନ୍ଦ୍ର ମୋଦୀ ; ରାମ ମନ୍ଦିର ନିର୍ମାଣ ରାସ୍ତାରେ ବାଧା ସୃଷ୍ଟି କରୁଛି କଂଗ୍ରେସ

1 min read
Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୧୧) : ସାରା ଦେଶରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଏବେ ଜୋର୍‌ ଧରିଛି । ତେବେ ସାରା ଦେଶରେ ଅନେକ ଦିନ ଧରି ରାମ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏସମ୍ବନ୍ଧରେ ମୁହଁ ଖୋଲିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଏକ ରାଜନୈତିକ ସଭାରେ ସମ୍ବୋଧନ କରୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି । ସେ ସିଧା ସଳଖ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ, ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସ ଅଧିକ ମୁଣ୍ଡ ଖେଳାଉଛି । ରାମ ମନ୍ଦିର ନିର୍ମାଣ ରାସ୍ତାରେ କଂଗ୍ରେସ ବାଧା ସୃଷ୍ଟି କରୁଛି ବୋଲି ମୋଦୀ ସିଧା ସଳଖ କହିଛନ୍ତି ।

ଅଯୋଧ୍ୟା ମାମଲାରେ କଂଗ୍ରେସ ନ୍ୟାୟିକ ବ୍ୟବସ୍ଥାରେ ଦଖଲ ଅନ୍ଦାଜ କରୁଛି । ଅଯୋଧ୍ୟା ମାମଲାରେ କଂଗ୍ରେସର ଓକିଲମାନେ  କୋର୍ଟରେ ମାମଲା ଗଡ଼ାଇବା ପାଇଁ ଚାପ ପ୍ରୟୋଗ କରୁଛନ୍ତି । କଂଗ୍ରେସ ରାମ ମନ୍ଦିରକୁ ନେଇ ଏକ ବଡ଼  ଧରଣର ଖେଳ ଖେଳୁଛି ବୋଲି ମୋଦୀ କହିଛନ୍ତି । ସୁପ୍ରିମୋକୋର୍ଟର ବଡ଼ ବଡ଼ ଓକିଲଙ୍କୁ କଂଗ୍ରେସ ରାଜ୍ୟସଭାକୁ ପଠାଉଛି । ରାଜ୍ୟସଭାରେ ବିଜେପିର ବହୁମତ ନାହିଁ । ତେଣୁ କଂଗ୍ରେସ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛି । ରାଜ୍ୟସଭାରେ ସେହି ସାଂସଦମାନେ ରାମ ମନ୍ଦିର ପ୍ରସଙ୍ଗକୁ ନେଇ ଚାପ ପ୍ରୟୋଗ କରୁଛନ୍ତି । ସୁପ୍ରିମକୋର୍ଟରେ ମାମଲାକୁ ଗଡ଼ାଇବା ପାଇଁ କଂଗ୍ରେସର ଓକିଲମାନେ ଚାପ ପ୍ରୟୋଗ କରୁଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ନେଇ କୌଣସି ଫୈସଲା ନ ଶୁଣାଇବାକୁ କଂଗ୍ରେସ କୋର୍ଟରେ ଅପିଲ କରିଛି ।

କଂଗ୍ରେସର ରାଜ୍ୟସଭା ସଦସ୍ୟ ତଥା ବଡ଼ ବଡ଼ ଓକିଲ ମାନେ ସୁପ୍ରିମକୋର୍ଟ ନ୍ୟାୟାଧିଶଙ୍କ ବିରୋଧରେ ମହାଅଭିଯୋଗ ଆଣି ତାଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି । ସମ୍ବେଦନଶୀଳ ପ୍ରସଙ୍ଗରେ ଶୁଣାଣି କରିବାକୁ ବାଧା ସୃଷ୍ଟି କରୁଛନ୍ତି । କଂଗ୍ରେସର ସମର୍ଥକମାନେ ନ୍ୟାୟପାଳିକାକୁ ବନ୍ଧକ କରିବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.