ବାତ୍ୟା ଫୋନିର ମୁକାବିଲା ନେଇ ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୦୨/୦୫) : ପ୍ରଧାନମନ୍ତ୍ରୀଙ୍କ ଫୋନି ସମୀକ୍ଷା । ବାତ୍ୟା ଫୋନିର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ କ୍ୟାବିନେଟ୍ ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ ଏପରିକି ଆଇଏମ୍ଡି, ଏନ୍ଡ଼ିଆରଏଫ୍ର ବରିଷ୍ଠ ଅଧିକାରୀ ସାମିଲ ଥିଲେ । ବାତ୍ୟା ଆଶଙ୍କା ଥିବା ରାଜ୍ୟ ଗୁଡିକରେ କିଭଳି ଭାବେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ଏବଂ ବାତ୍ୟା ମୁକାବିଲା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ଏ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।
ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ଏନଡିଆରଏଫ, ସାମରିକ ବାହିନୀ , ପାନୀୟ ଜଳର ବ୍ୟବସ୍ଥା ସହ ଟେଲି ଯୋଗାଯୋଗ ଓ ବିଦ୍ୟୁତ ଯୋଗାଣ କିପରି ସଠିକ୍ ରହିବ ସେ ନେଇ ମଧ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଯେଉଁ ରାଜ୍ୟ ଗୁଡିକରେ ବାତ୍ୟାର ପ୍ରଭାବ ରହିବ, ସେହି ରାଜ୍ୟ ଗୁଡିକ ସହ ଯୋଗସୂତ୍ର ରଖିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ।