ଚନ୍ଦ୍ରାୟାନ-୨ ଉତକ୍ଷେପଣ ନିରୀକ୍ଷଣ କରିବେ ରାଷ୍ଟ୍ରପତି
1 min read
ଆଓରି-ନୂଆଦିଲ୍ଲୀ(୧୨/୦୭) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନ୍ଧ୍ରପ୍ରଦେଶର ସତିଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରେ ଚନ୍ଦ୍ରାୟାନ-୨ ଉତକ୍ଷେପଣ ନରୀକ୍ଷଣ କରିବେ । ଶୁକ୍ରବାରଠାରୁ ରାଷ୍ଟ୍ରପତି ୨ଦିନିଆ ତାମିଲନାଡୁ ଏବଂ ଆନ୍ଦ୍ରପ୍ରଦେଶ ଗସ୍ତରେ ଯାଉଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟାନ-୨ ଉତକ୍ଷେପଣକୁ ସେ ନରୀକ୍ଷଣ କରିବେ। ଆସନ୍ତା ୧୫ ତାରିଖରେ ଚନ୍ଦ୍ରାୟାନ-୨ ଉତକ୍ଷେପଣ କରାଯିବ।
ସୂଚନାଯୋଗ୍ୟ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ), ସତୀଶଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଆସନ୍ତା ୧୫ ତାରଖ ସୋମବାର ଚନ୍ଦ୍ରାୟାନ-୨ ଉତକ୍ଷେପଣ କରାଯିବ । ଚନ୍ଦ୍ରାୟାନ-୨କୁ ଆସନ୍ତା ସୋମବାର ରାତି ୨ଟା ୫୧ ମିନିଟରେ ପ୍ରକ୍ଷେପଣ କରାଯିବ। ଏହା ଜିଏସଏଲଭି ଏମ୍କେ-୩ ରକେଟ୍ ସହିତ ମହାକାଶକୁ ଯିବ।
ଚନ୍ଦ୍ରାୟାନର-୨ର ଓଜନ ୩୨୯୦ କିଲୋଗ୍ରାମ । ଏଥିରେ ପ୍ରଥମ ଥର ପାଇଁ ଅର୍ବିଟର, ରୋବର ଓ ଲେଣ୍ଡରକୁ ଏକକାଳୀନ ବ୍ୟବହାର କରାଯାଇଛି । ଚନ୍ଦ୍ରାୟାନ -୨ ଚନ୍ଦ୍ରର କକ୍ଷରେ ପ୍ରବେଶ କରିବା ପରେ ଅର୍ବିଟର ଲେଣ୍ଡର୍ଠାରୁ ଅଲଗା ହୋଇଯିବ । ଏହା ପରେ ଲେଣ୍ଡର ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ଭାଗରେ ଏକ ସ୍ଥାନରେ ଅବତରଣ କରିବ ଏବଂ ରୋବର୍ ଅଲଗା ହୋଇଯିବ । ଉଭୟ ଅର୍ବିଟର ଓ ରୋବର୍ରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଉପକରଣ ଖଞ୍ଜା ଯାଇଛି । ମିଶନ ଚନ୍ଦ୍ରାୟାନର ମୋଟ୍ ବଜେଟ୍ ହେଉଛି ୧୦ ହଜାର କୋଟି ।