ପାକିସ୍ତାନକୁ କଡା ସମାଲୋଚନା ଆମେରିକା ରାଷ୍ଟ୍ରପତି
1 min read
ଆଓରି-ନୂଆଦିଲ୍ଲୀ(୨୩/୦୨) : ପାକିସ୍ତାନକୁ ଆମେରିକାର କଡା ସମାଲୋଚନା । ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ କଡା ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆତଙ୍କବାଦ ପ୍ରସଙ୍ଗରେ ସେ ପାକିସ୍ତାନକୁ ନିନ୍ଦା କରିବା ସହ ଏହା ଯୋଗୁ ଭାରତ- ପାକିସ୍ତାନ ମଧ୍ୟରେ ତିକ୍ତତା ବଢୁଛି ବୋଲି କହିଛନ୍ତି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ ନକରି ସେମାନଙ୍କୁ ନିପାତ କରିବାକୁ ପାକିସ୍ତାନକୁ କହିଛି ଆମେରିକା । ସେହିପରି ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବଦୀଙ୍କୁ ନିପାତ କରିବା ପାଇଁ ଭାରତକୁ ପଦକ୍ଷେପ ନେବାକୁ ମଧ୍ୟ ଟ୍ରମ୍ପ ପରାମର୍ଶ ଦେଇଛନ୍ତି ।
ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ମନ୍ଦ ବୋଲି ବର୍ଣ୍ଣନା କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଶୁକ୍ରବାର ଦିନ କହିଛନ୍ତି ଯେ ଉଭୟ ପକ୍ଷ ସହ ତାଙ୍କ ପ୍ରଶାସନ ଯୋଗସୂତ୍ର ରକ୍ଷା କରୁଛି। ତାଙ୍କର ଆଶା ଖୁବ୍ ଶୀଘ୍ର କଶ୍ମୀର ଉପତ୍ୟକାରେ ତିକ୍ତତାର ଅନ୍ତ ଘଟିବ।
ଆକ୍ରମଣ ଯୋଗୁ ଏବେ ପାକିସ୍ତାନ ଓ ଭାରତ ମଧ୍ୟରେ ପରିସ୍ଥିତି ଭାରି ଖରାପ। ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଖୁବ୍ ଶୀଘ୍ର ତିକ୍ତତାର ଅନ୍ତ ହେଉ ବୋଲି ଆମେ ଆଶା କରୁଛନ୍ତି । ସେହିପରି ଆତଙ୍କୀଲୀଳା ବନ୍ଦ କରାଇବାକୁ ଆମେରିକା ପ୍ରଚେଷ୍ଟା ଆରମ୍ଭ କରିଛି ।
ଗତ ସପ୍ତାହରେ ପୁଲ୍ଓ୍ଵାମା ଠାରେ ଜୈଶ-ଏ-ଅହମଦ୍ ସଙ୍ଗଠନ ଭାରତୀୟ ଯବାନମାନଙ୍କ ଉପରେ କରିଥିବା ଆକ୍ରମଣ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ ଏ କଥା କହିଛନ୍ତି।