ଓଡ଼ିଆ ପୁଅଙ୍କ ବିଶ୍ୱ ରେକର୍ଡ ; ବିଶ୍ୱ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ଜିଣିଲେ ପ୍ରମୋଦ
1 min read
ଆଓରି-ନୂଆଦିଲ୍ଲୀ(୨୫/୦୮) : ଓଡ଼ିଆ ପୁଅଙ୍କ ବିଶ୍ୱ ରେକର୍ଡ । ସ୍ୱିଜରଲାଣ୍ଡର ବାସଲ ସହରରେ ଚାଲିଥିବା ବି.ଡବ୍ଲୁ.ଏଫ ୱାର୍ଲଡ ଚାମ୍ପିଅନସିପର ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଡବଲ ସ୍ୱର୍ଣ୍ଣ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ।
ପ୍ରଥମେ ମନୋଜ ଓ ପ୍ରମୋଦଙ୍କ ଯୋଡି ଡବଲସ ଫାଇନାଲରେ ଅନ୍ୟ ଏକ ଭାରତୀୟ ଯୋଡି ତରୁଣ ଓ ନୀତିଶ କୁମାରଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ଆଜି ଖେଳାଯାଇଥିବା ସିଙ୍ଗିଲସର ଫାଇନାଲ ମ୍ୟାଚରେ ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ୬-୨୧, ୨୧-୧୪, ୨୧-୫ ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭଗତ ।
ରେକର୍ଡ ପରେ ରେକର୍ଡ ରଚିଚାଲିଛନ୍ତି ପ୍ରମୋଦ ଭଗତ । ଏହାସହ ପ୍ରମୋଦ ଅଷ୍ଟମ ଓଡ଼ିଆ ଭାବେ ଅର୍ଜୁନ ଆୱାର୍ଡ ପାଇବେ । ବରଗଡ଼ ଜିଲ୍ଲାର ଅତାବିରାରେ ଜନ୍ମ ନେଇଥିବା ପ୍ରମୋଦଙ୍କୁ କୌଣସି ବାଧା ଆଜି ଯାଏଁ ତାଙ୍କୁ ଅଟକାଇ ପାରିନି । ଏପରିକି ୪ବର୍ଷ ବୟସରେ ପୋଲିଓରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ପାଲଟିଯାଇଥିଲେ ପ୍ରମୋଦ । କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି ।