ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ ସୁସାନ୍ତ ସିଂହଙ୍କୁ ଟାର୍ଗେଟ କଲେ ପ୍ରଦୀପ ମହାରଥୀ
1 min read
ଆଓରି-ଭୁବନେଶ୍ଵର(୧୬/୦୭) : ଚଳିତ ବିଧାନସଭାରେ ଦେଖିବାକୁ ମିଳୁଛି ଅନେକ ଅଶ୍ଚର୍ଯ୍ୟଜନକ ଦୃଶ୍ୟ । ଶାସକ ଦଳର ନେତାମାନେ ନିଜ ଦଳର ନେତାଙ୍କୁ ଟାର୍ଗେଟ କରୁଛନ୍ତି । ଆଜି ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁସାନ୍ତ ସିଂହଙ୍କ ମୁଖା ଖୋଲିଛନ୍ତି ଖୋଦ୍ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀ ।
ମହାରଥୀ ସିଧା ସଳଖ ସୁସାନ୍ତ ସିଂହଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟରେ ଯେଉଁ ସଡ଼କ ନିର୍ମାଣ କରାଯାଉଛି ତାହା ଅତ୍ୟନ୍ତ ନିମ୍ନମାନର । ତେଣୁ ରାସ୍ତା କାମ ନୂଆ କରି ହୋଇଥିଲେ ମଧ୍ୟ ତାହା ଖୁବ୍ ଶୀଘ୍ର ନଷ୍ଟ ହୋଇଯାଉଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ରାସ୍ତା ଖରାପ ହେବାରୁ ଦୁର୍ଘଟଣା ମଧ୍ୟ ଘଟୁଛି ।
ମହାରଥୀ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ଷକ ପୂର୍ବରୁ ସେ ୭ଟି ରାସ୍ତାର ଶିଳାନ୍ୟାସ ଦେଇଥିଲେ । କିନ୍ତୁ ଏଯାଏଁ ସେସବୁ ରାସ୍ତାର କାମ ଆରମ୍ଭ ହୋଇନାହିଁ । ଏହାର କାରଣ କ’ଣ ବୋଲି ମହାରଥୀ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁସାନ୍ତ ସିଂହଙ୍କୁ ଗଭୀର ସ୍ୱରରେ ପ୍ରଶ୍ନ କରିଛନ୍ତି ।