April 18, 2024

ଗରିବୀର ଭୟଙ୍କର ରୂପ: ଛୁଆକୁ ପର ହାତକୁ ଟେକି ଦେଲା ମାଆ

1 min read

ଆ.ଓ.ରି(ତା୧୮|୫)-ଓଡ଼ିଶାରେ ଆଜି ବି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି ଗରିବୀ। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ରୂପାବେଡ଼ା ଗାଁରେ । ଅଭାବରେ ପଡ଼ି କଅଁଳା ଛୁଆକୁ ମାଆ ପର ହାତକୁ ଟେକି ଦେଇଥିବା ଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଏହି ଗାଁରୁ।ସୂଚନା ମୁତାବକ, ଏହି ଗାଁର ଭୂଷଣ ପାତ୍ରଙ୍କ ସ୍ତ୍ରୀ ଦମୟନ୍ତୀ ଗତ ୯ ତାରିଖରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ହେଲେ ଚଳିବାକୁ ଅସୁବିଧା ହେବା ସହିତ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁ ନ ଥିବାରୁ ଜନ୍ମ ଦେବାର ଦୁଇଦିନ ପରେ ପାଟବେଡ଼ା ଗାଁର ଜଣେ ମହିଳାଙ୍କ ହାତରେ ପୁଅକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ଢେଙ୍କାନାଳ ଶିଶୁ ସୁରକ୍ଷା ଟିମ୍ ଶିଶୁପୁତ୍ରକୁ ଉଦ୍ଧାର କରିଛି।ଏ ସମ୍ପର୍କରେ କଙ୍କଡାହାଡ଼ ବିଡିଓ କହିଛନ୍ତି ଯେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ମାନ ମନାନ୍ତର ଯୋଗୁଁ ଏପରି ହୋଇଥିବା ସେ ଜାଣବାକୁ ପାଇଛନ୍ତି। ଶିଶୁଟି ଯେପରି ମାଆଠାରୁ ଅଲଗା ନ ହୁଏ ଓ ତା ସ୍ୱାସ୍ଥ୍ୟ ଯେପରି ଠିକ୍‌ ରହିବ ସେ ନେଇ ବ୍ୟବସ୍ଥା କରାଯିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.