March 24, 2023

ଅନିର୍ଦ୍ଧିଷ୍ଟ କାଳ ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ

1 min read
Strike-Employee-Of-Krishi-Vigyan-Kendra-Aajira-Odisha

ଆଓରି-ଭୁବନେଶ୍ଵର(୨୦/୦୨) : ଅନିର୍ଦ୍ଧିଷ୍ଟ କାଳ ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ବୈଜ୍ଞାନିକା ଓ କର୍ମଚାରୀ । କେନ୍ଦ୍ର ସରକାରଙ୍କ ନେସାନାଲ ପେନଶନ ଯୋଜନାକୁ ଲାଗୁ ନକରିବା,ସ୍ଥାୟୀ ନିଯୁକ୍ତି ଦାବି ଏବଂ ଅନ୍ୟାନ୍ୟ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବିକ୍ଷୋଭ କରୁଛନ୍ତି କର୍ମଚାରୀ ।

କୃଷି ବିଜ୍ଞାନ କେନ୍ଦ୍ରର ଏକ୍ସଟେନ୍ସନ ଡିପାର୍ଟମେଣ୍ଟର କର୍ମଚାରୀମାନଙ୍କ ଅଭିଯୋଗ କ୍ରମେ, ସେମାନଙ୍କ ପାଇଁ କେନ୍ଦ୍ର ସରକାର ସମସ୍ତ ସୁବିଧା, ସୁଯୋଗ ଏବଂ ମାନ୍ୟତା ରଖିଥିଲେ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଏନେଇ ଅନେକ ଥର ଓୟୁଏଟି କୂଳପତିଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ମିଳିଛି ଖାଲି ପ୍ରତିଶ୍ରୁତି । ଏନେଇ ଅସନ୍ତୋଷ ବ୍ୟକ୍ତ କରି ଓୟୁଏଟି ପରିସରରେ ସାରା ରାଜ୍ୟରୁ 400ରୁ ଉର୍ଦ୍ଧ୍ୱ ବୈଜ୍ଞାନିକ, ବୈଜ୍ଞାନିକା ଏବଂ କର୍ମଚାରୀମାନେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.