April 19, 2024

ଆନ୍ଦୋଳନରତ ଶିକ୍ଷକଙ୍କୁ ଜୋରଜବରଦସ୍ଥ ଉଠାଇନେଲା ପୋଲିସ୍

1 min read
Police-forcefully-removed-teachers-from-strike

ଭୁବନେଶ୍ବର ୨୦-୩(ଆଓରି) ଶିକ୍ଷକଙ୍କ ଆନ୍ଦୋଳନ ଭଣ୍ଡୁର କରିବାକୁ ବଳ ପ୍ରୟୋଗ କଲେ ରାଜ୍ୟ ସରକାର ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସାମ୍ନାରୁ ଆନ୍ଦୋଳନରତ ବ୍ଲକଗ୍ରାଂଟ ଶିକ୍ଷକଙ୍କୁ ହଟାଇ ଦେଲା ପୋଲିସ ୪ଦଫା ଦାବିରେ ମାଟ୍ରିକ ଖାତା ମୂଲ୍ୟୟନକୁ ବର୍ଜନ କରି ବ୍ଲକଗ୍ରାଂଟ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିଲେ ବ୍ଲକଗ୍ରାଂଟ ଉଚ୍ଛେଦ ଦାବିରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ଆଉ ସରକାର ସେମାନଙ୍କ ଦାବି ପୂରଣ କରିବା ସହ କେତେକ ନୂଆ ସର୍ତ ରଖିଥିଲେ ଏପରିକି ସରକାରଙ୍କ ବିରୋଧରେ ଆଇନଗତ ମାମଲା ଲଢିପାରିବେ ନାହିଁ ବୋଲି ସତ୍ୟପାଠ ଦେବାକୁ କହିଥିଲେ ଶିକ୍ଷକମାନେ ୪ଦଫା ଦାବି ମଧ୍ୟରେ ମୁଖ୍ୟତଃ ସତ୍ୟପାଠ ଉଚ୍ଛେଦ ଦାବି କରିଆସୁଛନ୍ତି ଆଉ ସରକାରଙ୍କ ଧମକ ସତ୍ୱେ ମୂଲ୍ୟାୟନକୁ ବର୍ଜନ କରିଛନ୍ତି ଏମାନଙ୍କ ବିରୋଧରେ ଶିକ୍ଷା ବିଭାଗ କଡା ପଦକ୍ଷେପ ନେଇପାରେ ବୋଲି ଚର୍ଚ୍ଚା ହେଉଛି ବ୍ଲକଗ୍ରାଂଟ ଶିକ୍ଷକ ମୂଲ୍ୟାୟନକୁ ବର୍ଜନ ଭିତରେ ଆରମ୍ଭ ହୋଇଛି ପରୀକ୍ଷା ଖାତା ଦେଖା ଖାତା ଦେଖାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି ପିଲାଙ୍କ ଖାତା ଦେଖିବା ସରକାରଙ୍କର ପ୍ରାଥମିକ ଦାୟିତ୍ୱ ତେଣୁ ଯେମିତି ହେଲେ ବି ଠିକ୍ ସମୟରେ ଖାତା ଦେଖା ଶେଷ ହେବ ଏବଂ ଉଚିତ୍ ସମୟରେ ପରୀକ୍ଷା ରେଜଲ୍ଟ ବାହାରିବ ତେଣୁ ସରକାରୀ ସ୍କୁଲର ୨୦ହଜାର ଶିକ୍ଷକଙ୍କୁ ନେଇ ଆରମ୍ଭ କରିଛନ୍ତି ଖାତା ଦେଖା

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.