ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ଗିରଫ
1 min read
ଆଓରି-ନୂଆଦିଲ୍ଲୀ(୨୩/୦୨) : କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଏବଂ ଜେକେଏଲ୍ଏଫ୍ ମୁଖ୍ୟ ୟାସିନ୍ ମଲିକ ଗିରଫ । ଶୁକ୍ରବାର ବିଳମ୍ବିତ ରାତ୍ରିରେ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଛି । ଆସନ୍ତା ସୋମବାର ଦିନ ସୁପ୍ରିମକୋର୍ଟରେ ଧାରା ୩୫-ଏ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୂର୍ବରୁ ମଲିକଙ୍କୁ ଅଟକ ରଖାଯାଇଛି । ସୂଚନାଯୋଗ୍ୟ, ଧାରା ୩୫-ଏ ଅନୁସାରେ ବାହାରର ଲୋକେ ଜମ୍ମୁ ଓ କଶ୍ମୀରରେ ସ୍ଥାବର ସମ୍ପତ୍ତି ଖରିଦ କରି ପାରିବେ ନାହିଁ।