March 28, 2023

ବାରାଣାସୀରେ ଭୋଟିଂ ପୂର୍ବରୁ ଭଗବାନ କେଦାରନାଥ ଓ ବଦ୍ରିନାଥଙ୍କ ଦର୍ଶନ କରିବେ ନରେନ୍ଦ୍ର ମୋଦି

1 min read
PM-Narendra-Modi-will-Visit-Kedarnath-and-Badrinath-Before-Varnasi-election

ଆଓରି-ନୂଆଦିଲ୍ଲୀ(୧୭/୦୫) : ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ଭୋଟିଂ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ କେଦାରନାଥ ଓ ବଦ୍ରିନାଥଙ୍କ ଦର୍ଶନ କରିବାକୁ ଯିବେ । ମୋଦି ଆସନ୍ତା ୧୮ ତାରିଖରେ କେଦାରନାଥଙ୍କ ଦର୍ଶନ କରିବାକୁ ଯିବେ । ସେହିପରି ୧୯ ତାରିଖରେ ବଦ୍ରିନାଥ ଯିବେ । ମେ ୧୯ରେ ଦେଶର ୫୯ଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ବାରାଣାସୀ ମଧ୍ୟ ସାମିଲ ଅଛି ।

ମିଳିଥିବା ସୂଚନା ମୁତାବକ କେଦାରନାଥରେ ମୋଦି ରୁଦ୍ରମହାଭିଷେକ ପୂଜା କରିବା ସହ ସନ୍ଧ୍ୟାରେ ଆରତୀରେ ଅଂଶଗ୍ରହଣ କରିବେ । ମୋଦିଙ୍କର ଉତ୍ତରାଖଣ୍ଡ ସହ ସ୍ୱତନ୍ତ୍ର ଆକର୍ଷଣ ଅଛି । ନିଜ ପାଞ୍ଚ ବର୍ଷ କାର୍ଯ୍ୟକାଳ ସମୟରେ ସେ ବହୁଥର କେଦାରନାଥ ଓ ବଦ୍ରିନାଥ ଯାଇଛନ୍ତି । ଆଜି କେଦାରନାଥକୁ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି ।

ନିୟମ ମୁତାବକ ପାଖାପାଖି ୭୦ ପ୍ରତିଶତ ଟିକଟ ଅନଲାଇନ ହେବାକୁ ଥିବାବେଳେ ୩୦ ପ୍ରତିଶତ ଟିକଟ ଅଫଲାଇନ ହେବ । ସେହିପରି କେଦାରନାଥ ଯିବାକୁ ଫାଟାରୁ ବ୍ୟକ୍ତି ପିଛା ୨୩୯୯ ଟଙ୍କା ଓ ଶିରସିରୁ ୨୪୭୦ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏହି ମୂଲ୍ୟ ଯଥାକ୍ରମେ ୬୭୦୦ ଓ ୭୨୫୦ ଟଙ୍କା ରହିଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.