ଆସନ୍ତା ୧୨ ତାରିଖରେ ପିଏମ୍ କିଷାନ ମାନ ଧନ ଯୋଜନା ଶୁଭାରମ୍ଭ କରିବେ ନରେନ୍ଦ୍ର ମୋଦୀ
1 min read
ଆଓରି-ନୂଆଦିଲ୍ଲୀ(୧୦/୦୯) : ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପେନସନ ପ୍ରଦାନ କରିବା ନେଇ ମହତ୍ବାକାଂକ୍ଷୀ କାର୍ଯ୍ୟକ୍ରମ ’ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’(ପିଏମ୍ କିଷାନ ମାନ ଧନ ଯୋଜନା) କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ଆସନ୍ତା ୧୨ ତାରିଖରେ ଶୁଭାରମ୍ଭ କରିବେ।
ଏହି ଯୋଜନା ଅଧୀନରେ ୬୦ ବର୍ଷରୁ ଅଧିକବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସର୍ବନିମ୍ନ ୩୦୦୦ ଟଙ୍କା ପେନସନ ଯୋଗାଇ ଦିଆଯିବ। ଏଥିପାଇଁ ଆଗାମୀ ୩ ବର୍ଷ ନିମନ୍ତେ ୧୦,୭୭୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୧୮ରୁ ୪୦ ବର୍ଷ ବୟସର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥି ପାଇଁ ଆବେଦନ କରି ପାରିବେ। ଚାଷୀମାନେ ସେମାନଙ୍କ ମାସିକ କସ୍ତିିକୁ ପିଏମ-କିଷାନ ଏବଂ ସିଏସସି ମାଧ୍ୟମରେ ଅଂଶଦାନ କରିପାରିବେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ଶିକ୍ଷା ସୁବିଧା ଯୋଗାଇଦେବା ପାଇଁ ୪୦୦ ଏକଲବ୍ୟ ମଡେଲ ସ୍କୁଲର ମଧ୍ୟ ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ରମାଦୀ ରାଞ୍ଚିଠାରେ ଝାଡଖଣ୍ଡ ବିଧାନ ସଭାର ନୂତନ ଭବନ ଉଦଘାଟନ କରିବା ସହିତ ନୂତନ ସଚ୍ଚିବାଳୟର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ଏହି ଗସ୍ତ କାଳରେ ସାହେବଗଞ୍ଜଠାରେ ବହୁମୂଖୀ ମଡେଲ ଟର୍ମିନାଲକୁ ମଧ୍ୟ ଉଦ୍ଘାଟନ କରିବେ।