ବିଶ୍ୱର ସବୁଠୁ ବଡ ଏଲପିଜି ପାଇପ୍ ଲାଇନର ଶୁଭାରମ୍ଭ କରିବେ ନରେନ୍ଦ୍ର ମୋଦି ; ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୨୨/୦୨) : ଭାରତରେ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ ଏଲପିଜି ପାଇପ୍ ଲାଇନ୍ । ଆଗାମୀ ୨୪ ତାରିଖରେ ଉତ୍ତରପ୍ରଦେଶର ଗୋରୋଖପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ।
ଏହି ଏଲପିଜି ପାଇପଲାଇନ୍ ପ୍ରକଳ୍ପରେ ପ୍ରାୟ ୯୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୨ ବଂଟଲି ପ୍ଲାଂଟକୁ ଏହି ପାଇପଲାଇନ୍ ଏଲପିଜି ଯୋଗାଣ କରିବ । ଏହା କାଣ୍ଡଲାରୁ ୨୦୦୦ କିମି ଲମ୍ବ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱଚ୍ଛ ଇନ୍ଧନ ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଇଛି । ଦେଶର ଉତ୍ପାଦନ ବଢୁ ଏବଂ ଆମଦାନୀ କମ୍ ହେଉ ବୋଲି ଏ କ୍ଷେତ୍ରରେ କାର୍ଯ୍ୟକ୍ରମ ଜାରି ରହିଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତରେ ଶକ୍ତି ବିଭାଗରେ ସବୁଠୁ ଦ୍ରୁତ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି । ଶକ୍ତି ସଂରକ୍ଷଣ କରିବା ଦିଗରେ ଭାରତ ଏବେ ବିଶ୍ୱରରେ ତୃତୀୟ ସ୍ଥାନରେ ରହିଛି । ଏହି କ୍ଷେତ୍ରରେ ଆଗାମୀ ୧୦ ରୁ ୨୦ ବର୍ଷ ଭିତରେ ଦୁନିଆରେ ହେଉଥିବା ଅଭିବୃଦ୍ଧିର ଏକ ତୃତୀୟାଂଶ କେବଳ ଭାରତରୁ ଆସିବ ବୋଲି ବିଶେଷଜ୍ଞମାନେ ସହମତି ପ୍ରକାଶ କରିଛନ୍ତି । ଆଗକୁ ମଧ୍ୟ ଭାରତର ଶକ୍ତି ସଂରକ୍ଷଣରେ ବୃଦ୍ଧି ଘଟିବ ଏବଂ ଭାରତ ନୂଆ ଶକ୍ତି ଉତ୍ସକୁ ବାହାର କରିବା ଦଗରେ ମଧ୍ୟ ଗତି କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।
ଅନ୍ୟପଟେ ମୋଦି ସରକାରଙ୍କୁ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି ଯେ, ପୂର୍ବରୁ ଥିବା ସରକାରମାନେ ଲାଭାଂଶ ଏବଂ ରାଜସ୍ୱ ଉପରେ ଧ୍ୟାନ ଦେଉଥିଲେ । ମାତ୍ର ମୋଦିଙ୍କ ସରକାର ଏଥିରେ ଅଭୁତପୂର୍ବ ପରିବର୍ତ୍ତନ କରିଛନ୍ତି । ଉତ୍ପାଦନକୁ ମହତ୍ୱ ଦିଆଯାଇଛି । ମୋଦିଙ୍କ ସରକାର ରାଜସ୍ୱ, ଲାଭାଂଶକୁ ଗୁରୁତ୍ୱ ନଦେଇ ଉତ୍ପାଦନକୁ ଗୁରୁତ୍ୱ ଦେଇଛି ।