March 28, 2023

ବାରଣାସୀରୁ ନିର୍ବାଚନ ଲଢିବେ ମୋଦି

1 min read
PM-Narendra-Modi-Stand-From-Varanasi-Aajira-Odisha

ଆଓରି-ନୂଆଦିଲ୍ଲୀ(୦୯/୦୩) : ୨୦୧୯ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ରଣନୀତି । ସବୁ ରାଜନୈତିକ ଦଳ ଗୁଡିକ ନିଜ ନିଜର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଲେଣି । ତେବେ ପ୍ରଧାନମନ୍ତ୍ରୀ କେଉଁଠୁ ନିର୍ବାଚନ ଲଢିବେ ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଯଦିଓ ପୂର୍ବରୁ ପୁରୀରେ ମୋଦି ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା କିନ୍ତୁ ବାରଣାସୀରୁ ଲଢିବେ ବୋଲି ବିଜେପି ସଂସଦୀୟ ବୋର୍ଡରେ ନିଷ୍ପତ୍ତି ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଆଗାମୀ ଲୋକସଭା ନିର୍ବାଚନ ୨୦୧୯ରେ ଉତ୍ତର ପ୍ରଦେଶର ବାରାଣସୀ ଆସନରୁ ଲଢ଼ିପାରନ୍ତି । ଏ ବାବଦରେ ଯଦିଓ ବିଧିବଦ୍ଧ ଘୋଷଣା ହୋଇ ନାହିଁ ତଥାପି ଜାତୀୟ ଗଣମାଧ୍ୟମକୁ ଯାହା ସୂଚନା ମିଳିଛି, ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ବୈଠକରେ ଏ ବାବଦରେ ଆଲୋଚନା ହୋଇଛି । ମୋଦି ବାରାଣସୀରୁ ପୁଣିଥରେ ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ ।

ଗତକାଲି ଦଳର ସଂସଦୀୟ ବୋର୍ଡ ବୈଠକରେ ଏନେଇ ଏକପ୍ରକାର ଚୂଡାନ୍ତ ହୋଇଛି । ତେବେ ଦ୍ୱିତୀୟ ଆସନ ନେଇ ପରବର୍ତ୍ତୀ ସମୟରେ ନିଷ୍ପତି ହୋଇପାରେ । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କେନ୍ଦ୍ରୀୟ ନେତୃତ୍ୱରେ ଏହି ବୈଠକ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳର ରଣନୀତି ସଂପର୍କରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.