ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ମଇଦାନକୁ ଓହ୍ଲାଇବା ପାଇଁ ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦି
1 min read
ଆଓରି-ଭୁବନେଶ୍ଵର(୨୪/୦୩) : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର । ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରଚାର । ଏନେଇ କାଉଣ୍ଟଡାଉନ ବି ଆାରମ୍ଭ ହୋଇଗଲାଣି । ରାଜ୍ୟ ବିଜେପି ପାଇଁ ଏଥର ଷ୍ଟାର ପ୍ରଚାରକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ ୨୯ରେ ରାଜ୍ୟରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପିର ନମ୍ବର ଓ୍ୱାନ ଷ୍ଟାର୍ କ୍ୟାମ୍ପେନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ ୨୯ରେ ଜୟପୁର ଏବଂ ଏପ୍ରିଲ ୧ରେ କଳାହାଣ୍ଡିରେ କରିବେ ନିର୍ବାଚନୀ ସଭା । ଏହି ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୧ରେ ହେବ ।
କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ୬ଟି ବିଧାନସଭା ରହିଛି । କଳାହାଣ୍ଡି ଲୋକସଭା ଆସନରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏଥର ନିର୍ବାଚନ ଲଢ଼ୁଛନ୍ତି । ରାଜ୍ୟ ସଭାପତିଙ୍କ ଆସନକୁ ବିଜେପି ଏଥର ହାତେଇବାକୁ ମୋଦି ପ୍ରଚାର ଆରମ୍ଭ କରିବେ । ୬ଜଣ କେନ୍ଦ୍ରୀୟ ନେତାଙ୍କ ସହ ୪୦ ଷ୍ଟାର ପ୍ରଚାରକଙ୍କୁ ନେଇ ବିଜେପି ନିର୍ବାଚନୀ ଯୁଦ୍ଧକୁ ଓହ୍ଲାଇସାରିଛି ।