March 18, 2023

୩୭୦ ଧାରା ହଟିବା ନେଇ ଆସନ୍ତା ୭ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ନରେନ୍ଦ୍ର ମୋଦୀ

1 min read
PM-Modi-Amit-Saha-Aajira-Odisha

ଆଓରି-ନୂଆଦିଲ୍ଲୀ(୦୫/୦୮) : ହଟିଲା  ଧାରା ୩୭୦ । ଅଲଗା ହୋଇଗଲେ ଲଦାଖ ଏବଂ ଜମ୍ମୁ-କାଶ୍ମୀର । ଉଭୟ ଏବେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଲେ । ଦେଶକୁ ମିଳିଗଲା ଆଉ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ । ତେବେ ଏହାକୁ ନେଇ ସାରା ଦେଶରେ ମିଶ୍ର ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆସନ୍ତା ୭ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଜମ୍ମୁ-କାଶ୍ମୀର ସମ୍ପର୍କରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ ଦେଶବାସୀଙ୍କ ଜଣାଇବେ।

ଏହାପୂର୍ବରୁ ମୋଦି ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିବେ। ଏଥିସହ ସେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ କଥା ହେବେ। ମୋଦି ପଞ୍ଜାବ, ହରିଆଣା, ୟୁପି, ବିହାର, ପଶ୍ଚିମବଙ୍ଗ ଓ ଆସାମ ମୁଖ୍ୟମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.