March 24, 2023

ରୁଷ୍‌ରେ ଇଷ୍ଟର୍ଣ୍ଣ ଇକୋନମିକ୍‌ ଫୋରମ୍‌ର ବୈଠକରେ ଯୋଗଦେବେ ନରେନ୍ଦ୍ର ମୋଦୀ

1 min read

ଆଓରି-ନୂଆଦିଲ୍ଲୀ(୦୪/୦୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନମିକ୍‌ ଫୋରମ୍‌ର ବୈଠକରେ ଭାଗ ନେବା ପାଇଁ ମୋଦି ରୁଷ୍‌ରେ ପହଞ୍ଚିଛନ୍ତି । ଭାରତୀୟ ସମୟନୁସାରେ ମୋଦି ଭୋର୍‌ ଶକାଳୁ ସେଠାରେ ପହଞ୍ଚିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ଲାଦିବୋସ୍ତୋକ ଅନ୍ତରାରାଷ୍ଟ୍ରୀୟ ଏୟାର ପୋର୍ଟରେ ଭବ୍ୟ ସ୍ୱାଗତ କରାଯିବା PM-Narendra-Modi-Aajira-Odisha ସହ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଏହା ପରେ ମୋଦି ବ୍ଲାଦିବୋସ୍ତୋକର ସୁଦୂର ପୁର୍ବୀ ସଙ୍ଘୀୟ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ, ସେଠାରେ ଭାରତୀୟ ପ୍ରବାସୀମାନେ ମୋଦିଙ୍କୁ ଜବରଦସ୍ତ ସ୍ୱାଗତ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ରୁଷ୍‌ର ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ସେଠାରେ ୪ଏବଂ ୫ସେପ୍ଟେମ୍ବରର ଦୁଇଦିନିଆ ଗସ୍ତରେ ରୁଷ୍‌ର ରାଷ୍ଟ୍ରପତି ବ୍ଲାଦିମୀର ପୁତିନ୍‌ଙ୍କ ସହ  ଜାତୀୟ  ଏବଂ ଅନ୍ତରାଷ୍ଟ୍ରୀୟ  ସମସ୍ୟା ଉପରେ  ଆଲୋଚନା କରିବେ । ଏହି ବୈଠକ ରୁଷ୍‌ର ବ୍ଲାଦିବୋସ୍ତୋକରେ କରାଯିବ ।  ମୋଦି ଭାରତ-ରୁସ୍‌ ର ୨୦ଶିଖର ସମ୍ମିଳନୀରେ ମଧ୍ୟ ଭାଗ ନେବେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.