April 25, 2024

ଗାଜିପୁରରେ ଆୟୋଜିତ ଏକ ରାଲିରେ କଂଗ୍ରେସକୁ ଟାର୍ଗେଟ କଲେ ନରେନ୍ଦ୍ର ମୋଦୀ

1 min read
PM-Narendra-Modi-IN-Gazipur-Aajira-Odisha

ଆଓରି-ନୂଆଦିଲ୍ଲୀ(୨୯/୧୨) : ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଗାଜିପୁରରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ନମୋ । ମୋଦି କହିଛନ୍ତି ଦେଶର ଚୌକିଦାର ଦିନ-ରାତି ଏକ କରି କାମ କରୁଛନ୍ତି, ଏଣୁ କିଛି ଚୋରଙ୍କ ନିଦ ହଜିଯାଇଛି । ତେବେ  କିଛି ଦିନ ପରେ ଏହିସବୁ ଚୋର ଠିକ୍‌ ସ୍ଥାନରେ ପହଞ୍ଚିବେ ବୋଲି ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ।

ସେହିପରି ଲକ୍ଷ ଲକ୍ଷ କୃଷକଙ୍କୁ ଋଣଛାଡ଼ ବିଷୟ ନେଇ ମୋଦି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି  । ସେ କହିଛନ୍ତି କର୍ଣ୍ଣାଟକରେ କୃଷକଙ୍କୁ ଋଣଛାଡ଼ ପ୍ରତିଶ୍ରୁତି ଦେଇ କଂଗ୍ରେସ ଭୋଟ ଚୋରିକଲା ଏବଂ ବ୍ୟାକ୍ ଡୋରରେ ସରକାର ଗଢ଼ିବା ପରେ କେବଳ ୮୦୦ କୃଷକଙ୍କୁ ଲାଭ ଦେଇଛି  । ଏହା କେଉଁ ପ୍ରକାର ଖେଳ, କେଉଁ ପ୍ରକାର ଧୋକା । କୃଷକଙ୍କୁ କଂଗ୍ରେସ ଋଣୀ କରିଦେଇଛି  । ସ୍ୱାମିନାଥନ ଆୟୋଗର ସୁପାରିଶକୁ ଲାଗୁ କରି ନଥିଲା କଂଗ୍ରେସ । ଆମ ସରକାର ଏହା ଲାଗୁ କରିଛନ୍ତି ବୋଲି କହିଛନ୍ତି ନମୋ ।

ଗାଜିପୁରରେ ନୂଆ ମେଡିକାଲ, ଗୋରଖପୁରରେ ଏମ୍ସ, ବାରଣାସୀ ଆଧୁନିକ ହସ୍ପିଟାଲ ସମେତ ପୂର୍ବାଞ୍ଚଳରେ ମୋଟ ହଜାରେ କୋଟି ଟଙ୍କା ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତ ହେଉଛି । ସମାଜ ବହୁ ତଳେ ଥିବା ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବାର ରାସ୍ତା ଖୋଲାଯାଇଥିବା ମଧ୍ୟ କହିଛନ୍ତି ମୋଦି । ଆଜି (ଶନିବାର) ପୂର୍ବାଞ୍ଚଳ ଏବଂ ଉତ୍ତରପ୍ରଦେଶର ବହୁ ଗୌରବମୟ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ମହାରାଜା ସୁହେଲଦେବଙ୍କ ସ୍ମୃତିରେ ପୋଷ୍ଟାଲ ଷ୍ଟାମ୍ପର ଉନ୍ମୋଚନ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଜିପୁର ଯାତ୍ରା ନିର୍ବାଚନ ଭୋଟ ଆ କୃଷ୍ଟ କରିବା ଦିଗରେ ବହୁତ ଗୁରୁତ୍ୱପୂର୍ଣ୍ଣ  । ତେବେ ମୋଦିଙ୍କ ଗସ୍ତକୁ କିନ୍ତୁ ସ୍ଥାନୀୟ ସହଯୋଗୀ ଦଳ ବିରୋଧ କରୁଛନ୍ତି  । ରାଜ୍ୟ ସରକାକାରଙ୍କ ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୋଦିଙ୍କ କାର୍ଯ୍ୟକ୍ରମରେ ସାମିଲ ନହେବା ନେଇ ଘୋଷଣା କରିଛନ୍ତି  । ଅନ୍ୟପଟେ ବିଜେପି ସମର୍ଥନ ଦଳ ଅପନା ଦଳ (ଏସ୍) ମଧ୍ୟ ମୋଦିଙ୍କ ଗସ୍ତକୁ ବିରୋଧ କରିଛି  । ତେବେ ଗାଜିପୁର ପରେ ମୋଦି ବାରଣାସୀ ଗସ୍ତ କରିବେ  । ଗତ ଦୁଇ ମାସ ମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀକୁ ମୋଦିଙ୍କ ଏହା ୨ୟ ଗସ୍ତ ହେବ  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.