July 3, 2022

ଶବ୍ଦକୋଷରେ ଅଭିନନ୍ଦନ ଶବ୍ଦର ଅର୍ଥ ବଦଳିଗଲା ; ନରେନ୍ଦ୍ର ମୋଦି

1 min read
PM-Narendra-Modi-Praised-Abhinandan-Aajira-Odisha

ଆଓରି-ନୂଆଦିଲ୍ଲୀ(୦୨/୦୩) : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ସ୍ୱେଦେଶ ଫେରିବା ପରେ ଦେଶରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି । ଅଭିନନ୍ଦନଙ୍କ ସାହସ ଏବଂ ବୀରତ୍ୱ ପାଇଁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନଙ୍କ ବୀରତ୍ୱକୁ ନେଇ ପ୍ରଶଂସା କରିବା ସହ ଶବ୍ଦକୋଷରେ ଅଭିନନ୍ଦନ ଶବ୍ଦର ଅର୍ଥ ବଦଳିଗଲା ବୋଲି କହିଛନ୍ତି ।

ଶବ୍ଦର ଅର୍ଥ ବଦଳାଇବାର ତାକତ ଭାରତୀୟଙ୍କ ପାଖରେ ଅଛି ବୋଲି ମଧ୍ୟ କହିଛନ୍ତି ମୋଦି । ଆଜି (ଶନିବାର) ନରେନ୍ଦ୍ର ମୋଦି ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରରେ କହିଛନ୍ତି, ଦେଶ ଏବେ ପରାକ୍ରମୀ ରାଷ୍ଟ୍ର ରୂପେ ଆଗକୁ ବଢୁଛି । ଭାରତର ପ୍ରତ୍ୟେକ ଖବରକୁ ବିଶ୍ୱ ନଜର ରଖୁଛି ।

ଏହାପରେ ବାୟୁସେନାର ୱିଙ୍ଗ୍‌ କମାଣ୍ଡରଙ୍କ ବୀରତ୍ୱକୁ ପ୍ରଶଂସା କରିବା ସହ ମୋଦି କହିଛନ୍ତି, ‘ଏହି ଦେଶର ଏତେ ଶକ୍ତି ଯେ ଶବ୍ଦର ଅର୍ଥ ବଦଳାଇପାରୁଛି । ପ୍ରଥମରୁ ଅଭିନନ୍ଦନର ଅର୍ଥ ଥିଲା କଂଗ୍ରାଚୁଲେସନ କିନ୍ତୁ ଏବେ ଏହାର ଅର୍ଥ ବଦଳିଯାଇଛି ।’ କହି ରଖୁଛୁ, ଦୀର୍ଘ ୬୦ ଘଣ୍ଟା ପାକିସ୍ତାନରେ ରହିବା ପରେ ଶୁକ୍ରବାର ରାତିରେ ସ୍ୱଦେଶ ଫେରିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.