ଖେଲୋ ଇଣ୍ଡିଆ ଆପର ଶୁଭାରମ୍ଭ କଲେ ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୨୭/୦୨) : ଖେଲୋ ଇଣ୍ଡିଆ ଆପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଦେଶରେ କ୍ରୀଡା ସମ୍ଭନ୍ଧୀୟ ସମସ୍ତ ତଥ୍ୟ ଏହି ଆପ ମାଧ୍ୟମରେ ଯୋଗାଇ ଦିଆଯିବ । ନୂଆଦିଲ୍ଲୀଠାରେ ବୁଧବାର ଦିନ ଜାତୀୟ ଯୁବ ସଂସଦ ଉତ୍ସବ-୨୦୧୯ ପୁରସ୍କାର ପ୍ରଦାନ କରିବା ଅବସରରେ ଏହି ଆପର ଉନ୍ମୋଚନ କରାଯାଇଛି । ଭାରତୀୟ କ୍ରୀଡା ପ୍ରାଧିକରଣ ଦ୍ଵାରା ପ୍ରସ୍ତୁତ ହୋଇଥିବା ଖେଲୋ ଇଣ୍ଡିଆ ଆପ ମାଧ୍ୟମରେ ଖେଳ ଏବଂ ଫିଟନେସ ସମ୍ପର୍କରେ ସଚେତନ ସୃଷ୍ଟି କରାଯିବ । ସାରା ଦେଶରେ କ୍ରୀଡାର ବିକାଶ ସହିତ ବିଶ୍ଵସ୍ତରୀୟ କ୍ରୀଡାବିତ ସୃଷ୍ଟି କରିବା ଲକ୍ଷ ଏହି ଆପ ଦ୍ଵାରା ପୂରଣ କରାଯାଇପାରିବ ବୋଲି ଶ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତ କରିଛନ୍ତି ।
ହିନ୍ଦୀ ଏବଂ ଇଂରାଜୀରେ ଆରମ୍ଭ କରାଯାଇଥିବା ଏହି ଆପର ତିନୋଟି ବିଶେଷତ୍ଵ ରହିଛି । ଯାହାର ପ୍ରଥମ ଭାଗରେ ୧୮ଟି କ୍ରୀଡା ଶୃଙ୍ଖଳାର ନିୟମ ରହିଥିବା ବେଳେ ଦ୍ଵିତୀୟ ଭାଗରେ ଦେଶରେ ଥିବା ଖେଳ ସୁବିଧା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ତୃତୀୟ ଭାଗରେ ୮ଟି ଟେଷ୍ଟ ରହିଛି ଯାହାଦ୍ୱାରା ଫିଟନେସ ସ୍ତର ଜାଣିହେବ । ଏହି ଉତ୍ସବରେ ଉପସ୍ଥିତ ଥିବା ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ କହିଛନ୍ତି , ସରକାର ଭାରତୀୟ କ୍ରୀଡାବିତମାନଙ୍କ ଦକ୍ଷତାକୁ ଉଜ୍ଜୀବିତ କରି ସେମାନଙ୍କୁ ଅନ୍ତର୍ଜାତିକ କ୍ରୀଡା କାର୍ଯ୍ୟକ୍ରମ ପାଇଁ ଯୋଗ ବିବେଚିତ କରିଛନ୍ତି ।