March 28, 2023

ବିଜେପିର ସଦସ୍ୟତା ଅଭିଯାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

1 min read

ଆଓରି-ନୂଆଦିଲ୍ଲୀ(୦୬/୦୭) : ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ପକ୍ଷରୁ ୧୧ କୋଟି ସଦସ୍ୟତାକୁ ୨୦ କୋଟିରେ ପହଞ୍ଚାଇବା ପାଇଁ ଲକ୍ଷ ରଖାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ଅବସରରେ ଉଦ୍‌ବୋଧନ ଦେଇଛନ୍ତି । ସେ ଦଳ ପାଇଁ ସଦସ୍ୟ ସଂଖ୍ୟା ବଢାଇବାକୁ ଆହ୍ୱାନ ଦେଇଥିବା ବେଳେ ଦେଶର ଅଗ୍ରଗତି ସମ୍ପର୍କରେ ମଧ୍ୟ କହିଛନ୍ତି । ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ସମ୍ପର୍କରେ ମଧ୍ୟ ସେ ନିଜର ବକ୍ତବ୍ୟ ରଖିଛନ୍ତି । 

ସେ କହିଛନ୍ତି ଯେ, ଦେଶରେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାକୁ ହେଲେ ଏହାକୁ ଏକ ବଡ଼ ଆକାର ଦେବାକୁ ପଡ଼ିବ । ତେଣୁ ଦେଶର ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିଅନ୍‌ ଡଲାର୍‌ରେ ପହଞ୍ଚାଇବାକୁ ଲକ୍ଷ ରଖାଯାଇଥିବା ସେ କହିଛନ୍ତି । ଅର୍ଥବ୍ୟବସ୍ଥାର ଆକାର ବଡ଼ ହେଲେ ଦେଶର ସମୃଦ୍ଧି ମଧ୍ୟ ସେହିଭଳି ବଡ଼ ଧରଣର ହେବ ବୋଲି ସେ କହିଛନ୍ତି । ଭଲ ଆୟ ଦ୍ୱାରା ସାଧାରଣ ଜୀବନ ସ୍ତରରେ ପରିବର୍ତ୍ତନ ଆସିଥାଏ । ବିକଶିତ ଦେଶ କରିବାର ଲକ୍ଷ୍ୟ କଷ୍ଟକର ନୁହେଁ । ନୂଆ ସ୍ୱପ୍ନ, ନୂଆ ଲକ୍ଷ୍ୟ ନେଇ ଆଗକୁ ବଢ଼ିବା ଆବଶ୍ୟକ ବୋଲି ମୋଦି ନିଜ ଭାଷଣରେ କହିଛନ୍ତି । ଅନ୍ୟପଟେ ଆଜି ପୁଣି ଜଳ ସମସ୍ୟା କଥା କହିବା ସହ ପାଣିର ଅପଚୟକୁ ରୋକିବା ନିହାତି ଜରୁରୀ ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେପଟେ ରାଜ୍ୟରେ ମଧ୍ୟ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଦସ୍ୟତା ଅଭିଯାନ ଆରମ୍ଭକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯେ, ଭୁବନେଶ୍ୱର ଲୋକସଭାର ସମସ୍ତ ୧୬୪୯ ବୁଥ୍‌ରେ ଅଭିଯାନ ଆରମ୍ଭ ହେବ । ପ୍ରତି ବୁଥ୍‌ରେ ଅତିକମରେ ୧୦୦ ଜଣ ସଦସ୍ୟ ସଂଗ୍ରହରେ ସାମିଲ ହେବେ । ରାଜ୍ୟରେ ବିଜେପିର ସଦସ୍ୟ ସଂଖ୍ୟା ୨୦ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି ଲକ୍ଷ ରଖାଯାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.