March 20, 2023

ଜନ୍ମଦିନ ଅବସରରେ ନମାମୀ ଦେବୀ ନର୍ମଦେ ମହୋତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1 min read

ଆଓରି-ନୂଆଦିଲ୍ଲୀ(୧୭/୦୯) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ତାଙ୍କର ୬୯ତମ  ଜନ୍ମଦିନ  ଅବସରରେ ଶ୍ରୀ ମୋଦୀ ମଙ୍ଗଳବାର ଅହମ୍ମଦାବାଦଠାରେ ୯୮ ବର୍ଷ ବୟସ୍କା  ମାଆ ହୀରାବେନ୍‌ଙ୍କୁ ସାକ୍ଷାତ କରି ଆଶୀର୍ବାଦ କାମନା କରିଥିଲେ। ପରେ ସେ କେଭାଡିଆ ଯାଇ ସର୍ଦ୍ଦାର ସରୋବର ନଦୀ ବନ୍ଧ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ନମାମି ଦେବୀ ନର୍ମଦେ ମହୋତ୍ସବରେ ଅଂଶଗ୍ରହଣ କରି ମା’ ନର୍ମଦାଙ୍କୁ ପୂଜା କରିଛନ୍ତି ।  ପ୍ରଥମଥର ପାଇଁ ୧୩୮ ମିଟର ଜଳଧାରଣ କରିଥିବା ସର୍ଦ୍ଦାର ସରବୋର ନଦୀବନ୍ଧଠାରେ ନର୍ମଦା ପୂଜାର୍ଚ୍ଚନା କରିଛନ୍ତି।

ସେଠାରେ ମୋଦୀସର୍ଦ୍ଦାର ସରୋବର ନଦୀ ବନ୍ଧ ପ୍ରକଳ୍ପ ଓ ଷ୍ଟାଚ୍ୟୁ ଅଫ ୟୁନିଟି ପରିଚାଳନାର ସମୀକ୍ଷା କରି​ଛନ୍ତି। ଗତ ବର୍ଷ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀଠାରେ ସେ ସ୍କୁଲ ପିଲାଙ୍କ ଗହଣରେ ୬୮ତମ ଜନ୍ମଦିନ ପାଳନ କରିଥିଲେ। ବିଜେପି ପକ୍ଷରୁ ମୋଦୀଙ୍କ ଜନ୍ମ ଦିନ ସହ ଚଳିତ ସପ୍ତାହକୁ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.