March 25, 2023

ବିଶ୍ୱର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ବିବେଚିତ ହେଲେ ନରେନ୍ଦ୍ର ମୋଦି

1 min read
PM-Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୧୯/୦୭) : ବିଶ୍ୱର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି । ଦ୍ୱିତୀୟ ସ୍ଥାନରେ ବଲିଉଡ୍‌ର ଅଭିନେତା ଅମିତାଭ୍‌ ବଚ୍ଚନ ଥିବାବେଳେ ଭାରତୀୟ ମହିଳା ମାନଙ୍କ ମଧ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସ୍ଥାନ ପାଇଛନ୍ତି । ବ୍ରିଟେନ୍‌ ର ଇଣ୍ଟରନେଟ୍‌ ମାର୍କେଟ ରିସର୍ଚ୍ଚ ଏବଂ ଡେଟା ଏନାଲିଟିକ୍ସ ଫର୍ମ ଦ୍ୱାରା ପ୍ରକାଶ ପାଇଥିବା ଚଳିତ ବର୍ଷ ବିଶ୍ୱର ଶ୍ରେଷ୍ଠ ୨୦ ଲୋକପ୍ରିୟ ମହିଳା ଏବଂ ପୁରୁଷ ଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି ।

ଏହି ଲିଷ୍ଟ୍‌ରେ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ, ଶାହରୁଖ ଏବଂ ସଲମାନ ଖାନ୍‌ଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ଦୁନିଆର ସବୁଠୁ ଅଧିକ ଚର୍ଚ୍ଚିତ ଭାରତୀୟ । ବ୍ରିଟେନ ସ୍ଥିତ ୟୁଗଭ ଇଣ୍ଟରନେଟରେ ସର୍ବେକ୍ଷଣ କରି ଅନଲାଇନ ଭୋଟିଂ ମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ କରିଛି। ବିଶ୍ୱର ଚର୍ଚ୍ଚତ ବ୍ୟକ୍ତିତ୍ୱକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ବିଶ୍ଵ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ନମ୍ୱର ସ୍ଥାନରେ ରହିଛନ୍ତି । ରାଜନେତା ଭାବରେ ମୋଦି ହିଁ ପ୍ରଥମ ଭାରତରୁ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ବଲିଉଡ ତାରକା ସାମିଲ ହୋଇଥିବା ବେଳେ କୌଣସି ଖେଳାଳି କିମ୍ୱା ବ୍ୟବସାୟୀ ସ୍ଥାନ ପାଇ ନାହାନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.