ଧର୍ମଶାଳାରେ ପହଞ୍ଚି ନିବେଶକ ସମ୍ମିଳନୀର ଉଦଘାଟନ କଲେ ନରେନ୍ଦ୍ର ମୋଦୀ
1 min read
ଆଓରି-ନୂଆଦିଲ୍ଲୀ(୦୭/୧୧) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଧର୍ମାଶାଳାରେ ପହଞ୍ଚିଛନ୍ତି । ପିଏମ ମୋଦି ସେଠାରେ ପହଞ୍ଚି ନିବେଶକ ସମ୍ମିଳନୀର ଉଦଘାଟନ କରିଛନ୍ତି । ହିମାଚଳରେ ଓୌଦଗିକ ନିବେଶ ବଢାଇବା ପାଇଁ ପ୍ରଥମ ଥର ଦେବଭୂମୀରେ ଗ୍ଲୋବାଲ ଇନଭେଷ୍ଟର ମିଟ୍ (ନିବେଶକ ସମ୍ମିଳନୀ) ଗୁରୁବାର ଦିନରୁ ଆରମ୍ଭ ହୋଇଛି । ଦୁଇ ଦିବସୀୟ ଇନଭେଷ୍ଟର ମିଟ୍ରେ ଦେଶ-ବିଦେଶର ନାମିଦାମି ଉଦୌଗପତି ଓ ଉଦୌଗଘରଙ୍କ ସହ ୧, ୭୨୦ ପ୍ରତିନିଧି ସାମିଲ ହୋଇଛନ୍ତି । ଧର୍ମଶାଳାର ନେତାଜୀ ସୁଭାଷ ଚନ୍ଦ୍ର ବୋସ ମୈଦାନରେ (ପୋଲିସ୍ ଗ୍ରାଉଣ୍ଡ)ରେ ପ୍ରଧାନମନ୍ତ୍ରୀ ଆଜି ଗ୍ଲୋବାଲ ଇନଭେଷ୍ଟର ମିଟ୍ ର ଶୁଭାରମ୍ଭ କରିଛନ୍ତି ।