ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’
1 min read
ଆଓରି-ନୂଆଦିଲ୍ଲୀ(୨୯/୦୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ର୍ଥ ଥର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଦୂରଦର୍ଶନ ଓ ରେଡିଓରେ ମନର କଥା କହୁଛନ୍ତି ପିଏମ୍ ମୋଦି । ମନ୍ କି ବାତ୍ ରେ ମୋଦି ପ୍ରଥମେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଗତ କାଲି ଲତାଜୀଙ୍କର ୯୦ତମ ଜନ୍ମଦିନ ଅବସରରେ ମୋଦି ଜଣାଇଲେ ଶୁଭେଚ୍ଛା । ମୋଦି ଲତାଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଲତାଙ୍କ ଆଶୀର୍ବାଦ ଏବଂ ଭଲପାଇବା କାମନା କରିଛନ୍ତି ।
ଏହାପରେ ମୋଦି ନବରାତ୍ରୀ ମହୋତ୍ସବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି ଯେ, ଏହି ନବରାତ୍ରୀରେ ଆମେ ଅଭାବରେ ଖୁସି ବାଣ୍ଟିବା ପାଇଁ ସଙ୍କଳ୍ପ ନେବା ବୋଲି ମୋଦି ଆାହ୍ୱାନ ଦେଇଛନ୍ତି । ଏଥିସହିତ ଘରର ଲକ୍ଷ୍ମୀ ରୂପରେ ଆମେ ଝିଅ ମାନଙ୍କୁ ମାନିଥାଉ । ଝିଅ, ବୋହୂଙ୍କୁ ସମ୍ମାନ କରିବାକୁ ମୋଦି ମନ୍ କି ବାତ୍ ରେ କହିଛନ୍ତି । ତେଣୁ ସେଲଫି ଓ୍ୱିଇଥ୍ ଡଟର ଭଳି ଭାରତ କୀ ଲକ୍ଷ୍ମୀ ଆରମ୍ଭ କରିବାକୁ ଦେଶ ବାସୀଙ୍କୁ କହିଛନ୍ତି ।
ଏଥିସହିତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୁସ୍ତକ ପଠନ ମନୋଭାବକୁ ଆହୁରି ବିକଶିତ କରିବାକୁ ଆୱାନ ଦେଇଛନ୍ତି ମୋଦି । ତମାଖୁସେବନର ଭୟାଭହତା ସମ୍ପର୍କରେ ବୁଝାଇବେକୁ ଯାଇ ମୋଦି କହିଛନ୍ତି ଯେ, ଇ- ସିଗାରେଟ୍ ଭାରତ ବ୍ୟାନ୍ କରିଛି ତେଣୁ ଇ- ସିଗାରେଟ୍ର ଭୟାବହତା ନେଇ ସମସ୍ତେ ସଚେତନ ହେବା ଜରୁରୀ । ଯୁବପିଢୀକୁ ଯେପରି ନିଶା ବରବାଦ୍ କରିବନି ସେଥିପ୍ରତି ସଜାଗ ରହିବାକୁ ମୋଦି ମନ୍କୀ ବାତ୍ରେ ସଜାଗ୍ କରାଇଛନ୍ତି ।
ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା କ୍ଷେତ୍ରରେ ସଫଳତା ପୂର୍ବକ କାର୍ଯ୍ୟ କରିଥିବା ଯୁବକ ରିପୁଦମନଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ଓ ତାଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ମୋଦୀ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଏହା ବିରୋଧରେ ଆରମ୍ଭ ହେବାକୁ ଥିବା ଅଭିଯାନରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ମନ କି ବାତରେ ମୋଦୀ ପର୍ଯ୍ୟଟନ ଶିଳ୍ପ ଓ ଏଥିରେ ହୋଇଥିବା ବିକାଶ ସମ୍ପର୍କରେ କହିଛନ୍ତି। ଦେଶରେ ପର୍ଯ୍ୟଟନ ଶିଳ୍ପରେ ଉନ୍ନତି ଆସିଛି ଏବଂ ଗତ ବର୍ଷ ମଧ୍ୟରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଆସନ୍ତା ଦୀପାବଳି ପର୍ବରେ ବାଣ ନ ଫୁଟାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ଓ ସେହି ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ଅକ୍ଟୋବର ୩୧ରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ଏକ ଭାରତ ଶ୍ରେଷ୍ଠ ଭାରତ ଦିନଟିକୁ ମନେ ରଖିବା ପାଇଁ ଏକତା ଦୋୖଡରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ପାର୍ବଣ ଋତୁରେ ଦେଶବାସୀଙ୍କୁ ନୂଆ ସ୍ଥାନ ଏବଂ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣରେ ଯିବାକୁ ମୋଦୀ ଅନୁରୋଧ କରିଛନ୍ତି।