ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନରେନ୍ଦ୍ର ମୋଦୀ
1 min read
ଆଓରି-ଭୁବନେଶ୍ଵର(୦୨/୧୦) : ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ନୂଆଦିଲ୍ଲୀସ୍ଥିତ ରାଜଘାଟଠାରେ ପହଞ୍ଚି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପୂର୍ବରୁ ମୋଦୀ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ବାପୁଙ୍କୁ ସ୍ମରଣ କରିବା ସହିତ ଜାତିର ପିତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ମାନବଜାତି ପ୍ରତି ଗାନ୍ଧିଜୀଙ୍କ ଅବଦାନ। ତାଙ୍କର ସ୍ଵପ୍ନଗୁଡ଼ିକୁ ସାକାର କରିବା ଲାଗି କଠିନ ପରିଶ୍ରମ ଜାରି ରଖିବୁ ଏବଂ ଏକ ଭଲ ପୃଥିବୀ ଗଢ଼ିତୋଳିବୁ ବୋଲି ମୋଦୀ ଟ୍ଵିଟରରେ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ମଧ୍ୟ ଟ୍ଵିଟ କରି ଗାନ୍ଧିଜୀଙ୍କୁ ସ୍ମରଣ କରିଥିଲେ।