ଶପଥ ଗ୍ରହଣ ପୂର୍ବରୁ ସମାଧିସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୩୦/୦୫) : ରାଷ୍ଟ୍ରପତି ଭବନ ପରିସରରେ ଆଜି ଦ୍ୱିତୀୟଥର ପାଇଁ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶରୁ ୬୦୦୦ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି । ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶର ପ୍ରାୟ ୮ହଜାର ଅତିଥି ଯୋଗ ଦେବେ । ଏହାଛଡା ସାଂସଦ ଏବଂ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଇଛି । ପାକିସ୍ତାନ ବ୍ୟତୀତ ଅନ୍ୟ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି ।
ତେବେ ଶପଥଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ , ଅଟଳ ବିହାରୀ ବାଜପେୟୀ ଏବଂ ବୀର ସହିଦମାନଙ୍କ ସମାଧିସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେ ପ୍ରଥମେ ରାଜଘାଟରେ ପହଁଚି ବାପୁଙ୍କ ସମାଧିସ୍ଥଳକୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହାସହ ସଦେବ ଅଟଳ ସମାଧିସ୍ଥଳ ପହଞ୍ଚି ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ଏଠାରେ ତାଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏବଂ ଅନ୍ୟ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ପରେ ମୋଦି ୱାର୍ ମେମୋରିଆଲରେ ପହଞ୍ଚିଥିଲେ । ସେଠାରେ ବୀର ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ତାଙ୍କ ସହ ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ଙ୍କ ସହ ତିନିସେନାର ପ୍ରମୁଖ ଉପସ୍ଥିିତ ଥିଲେ ।