April 19, 2024

ୟୁଟ୍ୟୁବ ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୧୦ ଲକ୍ଷରୁ ଅଧିକ ଫଲୋୟର୍ସ

1 min read
Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୩୧/୭) : ସୋସିଆଲ ମିଡିଆ ଟୁଇଟର୍‌ ଓ ଫେସବୁକ୍‌ରେ ରେକର୍ଡ ସଂଖ୍ୟକ ଫଲୋୟର୍ସ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ତାଙ୍କର ସଫଳ ବ୍ୟକ୍ତିତ୍ୱର ପ୍ରମାଣ ଦେଇଛନ୍ତି। ଏବେ ୟୁଟ୍ୟୁବ ଚ୍ୟାନେଲରେ ମୋଦିଙ୍କୁ ଦେଖି ସାରିଛନ୍ତି ୧୦ ଲକ୍ଷରୁ ଅଧିକ ଦର୍ଶକ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହା କହିଛନ୍ତି। ସୂଚନାଯୋଗ୍ୟ, ୟୁଟ୍ୟୁବରେ ବେଶ୍‌ ଆକ୍ଟିଭ ମୋଦି। ଏଥିରେ ବିଭିନ୍ନ ରାଲି, ମନ୍‌ କି ବାତ୍‌ ଓ ଅନ୍ୟ ସାଧାରଣ ସଭାର ଭିଡିଓ ସବୁ ଅପଲୋଡ କରାଯାଇଥାଏ। ତେବେ ସୋସିଆଲ ମିଡିଆ ଟୁଇଟର୍‌ରେ ଏପର୍ଯ୍ୟନ୍ତ ମୋଦିଙ୍କର ପାଖାପାଖି ୪୩ ମିଲିୟନ୍‌ ଫଲୋୟର୍ସ ଥିବା ବେଳେ ଫେସବୁକରେ ଅଛନ୍ତି ୪୩ ମିଲିୟନରୁ ଅଧିକ ଫଲୋୟର୍ସ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.