March 17, 2023

ସିଆଇଏସଏଫର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

1 min read

ଆଓରି-ନୂଆଦିଲ୍ଲୀ(୧୦/୦୩) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳର ୫୦ ତମ ଫାଉଣ୍ଡେସନ୍‌ ଉତ୍ସବରେ ଯୋଗଦେଇଛନ୍ତି । ଏଥିପାଇଁ ସେ ଗାଜିଆବାଦ୍‌ର ଇନ୍ଦିପୁରମ୍‌ ସିଆଇଏସ୍‌ଏଫ୍‌ର ପଞ୍ଚମ କ୍ୟାମ୍ପରେ ପ୍ରଥମେ ପହଞ୍ଚିଥିଲେ । ଯେଉଁଠି ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇ ସ୍ୱାଗତ କରାଯାଉଛି । ଏଠାରେ ମୋଦି ଅନେକ ଯବାନଙ୍କୁ ମଧ୍ୟ ସମ୍ମାନୀତ କରିଛନ୍ତି । ୫୦ତମ ଫାଉଣ୍ଡେସନ ଦିବସ ପାଇଁ ମଧ୍ୟ ମୋଦି ସିଆଇଏସ୍‌ଏଫ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ବୀର ଯବାନଙ୍କୁ ମଧ୍ୟ ସେ ନମସ୍କାର ଓ ଅଭିନନ୍ଦନ କରିଛନ୍ତି ।

ଏହି ଅବସରରେ ମୋଦି ସିଆଇଏସ୍‌ଏଫ୍‌ ଯବାନମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ପଡ଼ୋଶୀ ଦେଶ ପାଖରେ ଯୁଦ୍ଧ କରିବାର କ୍ଷମତା ନାହିଁ । ସେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛି । ଆତଙ୍କ କରିବାର ଭିନ୍ନ ରୂପ ଆପଣାଉଛି । ତେଣୁ ଦେଶର ସୁରକ୍ଷା କରିବା ଏକ ବଡ଼ ଦାୟିତ୍ୱ । ଦେଶକୁ ସୁରକ୍ଷା ଦେବାରେ ଯବାନମାନେ ନିଜ ଦାୟିତ୍ୱ ନିଷ୍ଠାର ସହ ତୁଲାଉଛନ୍ତି ।

ଏହି ଅବସରରେ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଏହି ସମାରୋହରେ ମୁଁ ସାମିଲ ହୋଇ ନଥାନ୍ତି ତେବେ ବହୁତ କିଛି ହରେଇ ଥାନ୍ତି । କୌଣସି ଜଣେ ବ୍ୟକ୍ତିକୁ ରକ୍ଷା କରିବା ସହଜ ବିଷୟ କିନ୍ତୁ ଗୋଟିଏ ଦେଶକୁ ରକ୍ଷା କରିବା କଷ୍ଟ ଦାୟକ । ସେ ଏକ ଘଟଣା ବିଷୟରେ କହିବାକୁ ଯାଇ କହିଛନ୍ତି କି, ଭିଆଇପି ସଂସ୍କୃତି ସମୟେ ସମୟେ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି । ଯଦି ନାଗରିକ ସୁରକ୍ଷା ବାହିନୀକୁ ସାହାଯ୍ୟ କରିବେ ତେବେ ତାହା ସହଜ ହୋଇଯିବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.