March 19, 2023

ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

1 min read

ଆଓରି-ଭୁବନେଶ୍ଵର(୦୬/୦୪) : ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଏକ ସ୍ଵତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ମୋଦୀ ଝାରସୁଗୁଡାରେ ପହଞ୍ଚିବା ପରେ ସିଧାସଳଖ ସୁନ୍ଦରଗଡ ଅଭିମୁଖେ ଯାତ୍ରା କରିଛନ୍ତି । ସୁନ୍ଦରଗଡ ଓ ସୋନପୁରରେ ଆୟୋଜିତ ଦୁଇଟି ବିଜୟ ସଂକଳ୍ପ ସମାବେଶରେ ମୋଦୀ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।

ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ମୋଦି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପାଇଁ ପ୍ରଚାର କରିବେ । ଏଥିସହିତ ସେ ଏହି ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭାର ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବାକୁ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.