April 18, 2024

ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1 min read
Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୧୫/୮) : ଦେଶର ୭୨ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଲାଲକିଲ୍ଲାରୁ ଏହା ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳର ଶେଷ ଭାଷଣ ଥିଲା। ୧ ଘଣ୍ଟା ୨୨ ମିନିଟ୍‍ର ଧରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସରକାରଙ୍କ ବିଭିନ୍ନ ଯୋଜନା, ନୀତିଗତ ନିଷ୍ପତ୍ତି, ଗରିବ କଲ୍ୟାଣ ପାଇଁ ସଂକଳ୍ପବଦ୍ଧତା, ଦେଶର ବିକାଶ, ସରକାରଙ୍କ ନିଷ୍ଠାପରତା ଓ ଆନ୍ତରିକତାପୂର୍ଣ୍ଣ ଆଭିମୁଖ୍ୟ ବିଷୟରେ କହିଥିଲେ। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ୧୦ଟି ବଡ଼ କଥା। ଦେଶର ବୈଜ୍ଞାନିକମାନେ ୧୦୦ରୁ ଅଧିକ ସାଟେଲାଇଟ (ଉପଗ୍ରହ) ସଫଳତାର ମହାକାଶକୁ ପଠାଇଛନ୍ତି। ଏବେ ଦେଶର ଲୋକଙ୍କୁ ମହାକାଶକୁ ପଠାଇବା ଆମର ଲକ୍ଷ୍ୟ। ୨୦୨୨ ଦେଶର ୭୫ତମ ସ୍ୱାଧୀନତା ଦିବସ କିମ୍ବା ଏହା ପୂର୍ବରୁ ଭାରତବାସୀ ମହାକାଶକୁ ଯିବେ। ସେମାନଙ୍କ ହାତରେ ତ୍ରିରଙ୍ଗା ଥିବ। ଏହାସହ ଭାରତ ମହାକାଶରେ ପହଞ୍ଚିଥିବା ଦେଶ ମଧ୍ୟରେ ଗଣା ହେବ।

ସେପ୍ଟେମ୍ବର ୨୫ରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରୁ ଦେଶରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବ। ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା ‘ଆୟୁଷ୍ମାନ ଭାରତ ଯୋଜନା’ରେ ୧୦ କୋଟି ପରିବାର ଉପକୃତ ହେବେ। ପାଖାପାଖି ୫୦ କୋଟି ନାଗରିକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏହି ସଂଖ୍ୟା ଆମେରିକା, କାନାଡ଼ ଏବଂ ମେକ୍ସିକୋ ଭଳି ଦେଶଠାରୁ ବି ଅଧିକ। ଜାମ୍ମୁ କାଶ୍ମୀରରେ ଗଣତନ୍ତ୍ରକୁ ଅଧିକ ଦୃଢ ଓ ମଜଭୁତ କରିବା ପାଇଁ ଖୁବଶୀଘ୍ର ପଞ୍ଚାୟତ ଏବଂ ପୌର ନିର୍ବାଚନ କରାଯିବ। ଜାମ୍ମୁ କାଶ୍ମୀର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆହ୍ୱାନ ଥିଲା ‘ମାନବିକତା, କାଶ୍ମୀରୟତା ଏବଂ ଲୋକତନ୍ତ୍ର’। ଜାମ୍ମୁ କାଶ୍ମୀର ସମସ୍ୟାର ସମାଧାନ ଗୁଳି ଓ ଗାଳିରେ ନୁହେଁ ଆଲିଙ୍ଗନରେ କରାଯିବ। ଆମ ସରକାର ଜାମ୍ମୁ କାଶ୍ମୀରର ସବୁ କ୍ଷେତ୍ର ଏବଂ ସବୁ ବର୍ଗର ବିକାଶ ପାଇଁ ପ୍ରତିବଦ୍ଧ। ଦେଶରେ ଏପର୍ଯ୍ୟନ୍ତ ୧୩ କୋଟି ଯୁବକଙ୍କୁ ମୁଦ୍ରା ଋଣ ଦିଆଯାଇଛି। ଏହା ମଧ୍ୟରେ କେବଳ ୪ କୋଟି ନୂଆ ଋଣଗ୍ରହିତା ଅଛନ୍ତି। ଡିଜିଟାଲ ଇଣ୍ଡିଆର ବିସ୍ତାର ଗ୍ରାମ ପର୍ଯ୍ୟନ୍ତ ହୋଇଛି। ୩ ଲକ୍ଷରୁ ଅଧିକ ସାର୍ବଜନୀନ ସେବା କେନ୍ଦ୍ର ଦେଶର ବିଭିନ୍ନ ଗ୍ରାମରେ ରହିଛି। ଆମ ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି।

କୃଷକଙ୍କ ବିକାଶ ପାଇଁ ଆମ ସରକାର ଗୁରୁତ୍ୱ ଦେଉଛନ୍ତି। କୃଷିକୁ ଆଧୁନିକକରଣ କରିବାକୁ ଯୋଜନା ହୋଇଛି। ଏଥିପାଇଁ ସୋଲାର ଫାର୍ମିଂ, ନୀଳ ବିପ୍ଳବ, ଅର୍ଗାନିକ ଫାର୍ମି ଭଳି ନୂଆ କୃଷି କୌଶଳକୁ ଆପଣାଇବାର ଆବଶ୍ୟକତା ରହିଛି। ‘ବୀଜରୁ ବଜାର ପର୍ଯ୍ୟନ୍ତ’ ସଂସ୍କାର କରାଯାଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଭାରତର ଅର୍ଥ ବ୍ୟବସ୍ଥା ବିଶ୍ୱର ଷଷ୍ଠ ବୃହତ ଅର୍ଥବ୍ୟବସ୍ଥା ହେବାର ଗୌରବ ଲାଭ କରିଛି। ଭାରତର ଅର୍ଥନୀତି ତ୍ୱରିତ ବେଗରେ ଆଗକୁ ବଢୁଛି। ପୂର୍ବ-ଉତ୍ତର ଭାରତର ରାଜ୍ୟ ଗୁଡ଼ିକୁ ୪ ବର୍ଷ ମଧ୍ୟରେ ଦେଶର ବିକାଶରେ ଯୋଡ଼ା ଯାଇଛି।  ତିନି ତଲାକ ଭଳି କୁପ୍ରଥା ଯୋଗୁଁ ମୁସଲମାନ ମହିଳାଙ୍କୁ ବହୁ ଅନ୍ୟାୟ ସହିବାକୁ ପଡ଼ିଛି। ସରକାର ଏହାକୁ ସମାପ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ କେତେକ ଲୋକ ତିନି ତଲାକ୍‍ ବିଲ୍‍ ପାରିତ କରିବାକୁ ଦେଉନାହାନ୍ତି। ମୁସଲିମ ମହିଳା ଏବଂ ଝିଅଙ୍କୁ ଆଶ୍ୱସନା ଦେଉଛି ଯେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ସବୁ କିଛି କରିବୁ।

୨୦୧୩ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ କରଦାତାଙ୍କ ସଂଖ୍ୟା ମାତ୍ର ୪ କୋଟି ଥିଲା। ଏବେ ଏହା ବଢି ୭ କୋଟି ୪୫ ଲକ୍ଷରେ ପହଞ୍ଚିଛି। ଆମ ପୂର୍ବ ସରକାରଙ୍କ ଲୋକଙ୍କୁ ଅର୍ଥ ଦେଉଥିଲେ। କିନ୍ତୁ ଏହା ଜନତାଙ୍କ ନିକଟରେ ପହଞ୍ଚୁ ନ ଥିଲା। ପ୍ରାୟ ୬ କୋଟି ଲୋକ ଏଭଳି ଥିଲେ ଯେଉଁମାନେ କେବେ ଜନ୍ମ ହୋଇନଥିଲେ। ସେମାନଙ୍କ ନାମରେ ସରକାରୀ ଅର୍ଥକୁ ଲୁଟ୍‍ କରାଯାଉଥିଲା। ଏହି ଦୁର୍ନୀତିକୁ ଆମ ସରକାର ଅଟକାଇଛନ୍ତି। ଏଥିରୁ ସରକାର ୯୦ ହଜାର କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ୩ ଲକ୍ଷ ଶିଶୁଙ୍କ ଜୀବନ ରକ୍ଷା କରାଯାଇପାରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‍ଓ) ରିପୋର୍ଟରେ ପ୍ରକାଶ ପାଇଛି। ଗାନ୍ଧିଜୀଙ୍କ ପ୍ରେରଣାରୁ ସ୍ୱଚ୍ଛତା ଅଭିଯାନ ଅଭିଯାନ ଆରମ୍ଭ କରାଯାଇଛି ଓ ବାପୁଙ୍କ ସ୍ୱପ୍ନକୁ ପୂରଣ କରାଯିବ। ୨୦୧୩ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟାରେ ଅଧିକ ସୌଚାଳୟ ନିର୍ମାଣ କରାଯାଇଛି। ସେହିପରି ଗ୍ୟାସ ସଂଯୋଗ ପ୍ରଦାନ ଗତିରେ ବି ବୃଦ୍ଧି ଘଟିଛି। ବାବା ସାହବ ଆମ୍ବେଦକର ସମ୍ବିଧାନ ପ୍ରସ୍ତୁତ କରିଥିଲେ ଓ ଏଥିରେ ସମସ୍ତଙ୍କ ପାଇଁ ସାମାଜିକ ନ୍ୟାୟ ସୁନିଶ୍ଚିତ କରାଯାଇଥିଲା। ନିକଟରେ ମୌସୁମୀ ଅଧିବେଶନରେ ସାମାଜିକ ନ୍ୟାୟ ପ୍ରତିବଦ୍ଧତା ଅନୁସାରେ ଓବସି ଆୟୋଗ ନିର୍ମାଣ ବିଲ୍‍ ପାରିତ କରାଯାଇଛି। କାର୍ଯ୍ୟ।ଳ

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.