ମେରଠରେ ବିଶାଳ ଜନସଭାକୁ ସମ୍ବୋଧିତ ପ୍ରଧାନମନ୍ତ୍ରୀ
1 min read
ଆଓରି-ନୂଆଦିଲ୍ଲୀ(୨୮/୦୩) : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରାଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୂର୍ବାହ୍ନ ୧୧ଟାରେ ଉତ୍ତର ପ୍ରଦେଶର ମେରଠରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସଭା ମେରଠରେ ମୋଦୀପୁରମ ନିକଟରେ ଆୟୋଜନ କରାଯାଇଛି । ଏହା ପରେ ମୋଦି ଅପରାହ୍ଣରେ ଉତ୍ତରାଖଣ୍ଡର ରୁଦ୍ରପୁର ଯିବେ । ମୈଦାନ ଜିଲ୍ଲାର ଉଦ୍ଦାମ ସିଂହ ନଗରରେ ଜନସଭା ଶେଷ କରି ଜମ୍ମୁ କଶ୍ମୀରର ଡୁମ୍ମୀ ତହସିଲ ଭାଲୱାଲ, ଅଖନୁର ବ୍ରିଜ ନିକଟରେ ଏକ ବିଶାଳ ରାଲିରେ ଭାଗନେବେ ମୋଦି ।
ପ୍ରଧାନମନ୍ତ୍ରୀ ଗୁରୁବାରଠାରୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ବିଜେପି ମିଡିଆ ସେଲ୍ର ମୁଖ୍ୟ ଅନିଲ ବଲୁନୀ ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସାମରେ ଆଜି ପ୍ରଚାର କରିବେ । ଶାହା ୨ଟି ରାଲିକୁ ସମ୍ବୋଧିତ କରିବେ ।
ବଲୁନୀ କହିଛନ୍ତି, ଏହାପୂର୍ବରୁ ‘ମେରା ପରିବାର ବିଜେପି ପରିବାର’, ମହାସଂପର୍କ ଅଭିଯାନ, କମଲ ଜ୍ୟୋତି ଦିପାବଳୀ ଏବଂ ବିଜୟ ସଂକଳ୍ପ ବାଇକ ରାଲି ମାଧ୍ୟମରେ ଭାରତୀୟ ଜନତା ପାର୍ଟି ଦେଶର ୧୦ କୋଟି ଜନତାଙ୍କ ସହିତ ସଂପର୍କ କରି ସାରିଛି ।