ବର୍ଷା ଜଳ ସଂରକ୍ଷଣ ପାଇଁ ପ୍ରତ୍ୟେକ ଗ୍ରାମର ସରପଞ୍ଚଙ୍କ ପାଖକୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ
1 min read
ଆଓରି-ନୂଆଦିଲ୍ଲୀ(୧୬/୦୬) : ବର୍ଷା ଋତୁର ଆଗମନ ହେବାକୁ ଯାଉଛି । ତେଣୁ ପ୍ରଚୁରରୁ ପ୍ରଚୁର ଜଳ ସଞ୍ଚୟ କରିବାକୁ ପଡିବ ।ଏହି କାର୍ଯ୍ୟକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗ୍ରାମର ସରପଞ୍ଚଙ୍କୁ ଲେଖିଲେ ଚିଠି । ଶନିବାର ପ୍ରତି ଜିଲ୍ଲା ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଏହି ଚିଠିକୁ ସରପଞ୍ଚଙ୍କୁ ଦେଇଥିଲେ । ଚିଠିରେ ପ୍ରଧାନମନ୍ତ୍ରୀ କହିଛନ୍ତି ନିଜ ନିଜ ଗାଁର ଗ୍ରମାସଭା ଡକାଇ ଏହି ଚିଠି ପଢି ଶୁଣାନ୍ତୁ । ଆଗକୁ ବର୍ଷା ଦିନ ଆସିଲେ ସମସ୍ତେ ମିଳିମିଶି ଜଳ ସଂରକ୍ଷଣ କରିବେ । ଶହ ଶହ ଗ୍ରାମରେ ପାନୀୟ ଜଳ ସଙ୍କଟ ଲୋକଙ୍କୁ ହନ୍ତସନ୍ତ କରୁଛି । ଜଳାଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷାଜଳ ସଂଗ୍ରହ ଉପରେ ଗୁରୁତ୍ଵ ଦେଇଛନ୍ତି । ଜଳ ସଂରକ୍ଷଣ ଦ୍ୱାରା ଗାଁରେ ଜମି ସିଞ୍ଚନ ଆଦିରେ କୌଣସି ୍ଅସୁବିଧା ହେବାକୁ ପଡିବନି ।
ଆଗାମୀ ବର୍ଷା ଋତୁରେ ସବୁ ଗାଁ ସରପଞ୍ଚମାନେ ବର୍ଷା ଜଳ ସଂରକ୍ଷଣ ଉପରେ ଗୁରୁତ୍ଵ ଦେବାପାଇଁ ଅନୁରୋଧ କରି ମୋଦି ଏହି ଚିଠି ଲେଖିଛନ୍ତି । ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ସ୍ବାକ୍ଷର କରିଛନ୍ତି । ଅନେକ ଗ୍ରାମରେ ମୋଦୀଙ୍କର ଏହି ଚିଠି ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବ ଉତ୍ତରପ୍ରଦେଶର ସୋନଭଦ୍ରାରେ ମୋଦୀଙ୍କ ଚିଠି ୬୩୭ ଗାଁ ମୁଖିଆଙ୍କ ନିକଟରେ ପହଞ୍ଚିଛି ।