୭୦ ଜଣ ଟପ୍ ରାଙ୍କ୍ ସ୍କୁଲ ପିଲାଙ୍କ ସହ ସପ୍ଟ ଲ୍ୟାଣ୍ଡିଙ୍ଗର ସିଧାପ୍ରସାରଣ ଦେଖିବେ ନରେନ୍ଦ୍ର ମୋଦୀ
1 min read
ଆଓରି-ନୂଆଦିଲ୍ଲୀ(୦୬/୦୯) : ଭାରତର ଚନ୍ଦ୍ରଯାନ-୨ ସେପ୍ଟେମ୍ବର ୬ବିଳମ୍ବିତ ରାତି ତଥା ୭ତାରିଖ ରାତ୍ରୀରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋରେ ପହଁଚି ୭୦ ଜଣ ଟପ୍ ରାଙ୍କ୍ ସ୍କୁଲ ପିଲାଙ୍କ ସହ ସପ୍ଟ ଲ୍ୟାଣ୍ଡିଙ୍ଗର ସିଧାପ୍ରସାରଣ ଦେଖିବେ । ଲ୍ୟାଣ୍ଡିଙ୍ଗ ସମୟରେ ଇସ୍ରୋର ବୈଜ୍ଞାନିକଙ୍କ ସମେତ ଦେଶର ସମସ୍ତେ ଏନେଇ ବେଶ ଉତ୍ସୁକ ଅଛନ୍ତି । ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ୩୦ମିନିଟ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ୯୭୮କୋଟି ବିନିଯୋଗରେ ହୋଇଥିବା ଏହି ମିଶନ ଉପରେ ଭାରତ ସମେତ ଅନ୍ୟ ଦେଶଙ୍କର ନଜର ରହିଛି । ୧୪୭୧ କିଲୋ ବିଶିଷ୍ଟ ଲ୍ୟାଣ୍ଡର ବିକ୍ରମର ସପ୍ଟ୍ ଲ୍ୟାଣ୍ଡିଙ୍ଗ ସଫଳ ହେଲେ ଭାରତ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ଚତୁର୍ଥ ରାଷ୍ଟ୍ର ହୋଇପାରିବ । ଚନ୍ଦ୍ରରେ ଏଯାଏଁ ଆମେରିକା,ଋଷ, ଚୀନ ଚନ୍ଦ୍ରଯାନ ଓହ୍ଲାଇ ପାରିଛନ୍ତି ।
ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏଏସ କିରଣ କୁମାରଙ୍କ କହିବା ଅନୁଯାୟୀ, ସପ୍ଟ ଲ୍ୟାଣ୍ଡିଙ୍ଗ ମିଶନର ବହୁ ମହତ୍ଵପୂର୍ଣ୍ଣ ଅଂଶ ଅଟେ । ପାଖାପାଖି ୩୫କିମି ଉଚ୍ଚରୁ ବିକ୍ରମ ୩୦ମିନିଟରେ ଅବତରଣ କରିବ ।