ମୁମ୍ବାଇରେ ତିନୋଟି ମେଟ୍ରୋ ଲାଇନ୍ର ଲୋକାର୍ପଣ କଲେ ନରେନ୍ଦ୍ର ମୋଦୀ
1 min read
ଆଓରି-ନୂଆଦିଲ୍ଲୀ(୦୭/୦୯) : ମୁମ୍ବାଇରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ପହଞ୍ଚିଲା ପରେ ମୋଦିଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାବୀସ ଏବଂ ରାଜ୍ୟପାଳ ଭଗତ ସିହଂ କୋଶ୍ୟାରୀ ସ୍ୱାଗତ କରିଥିଲେ । ଏହା ପରେ ପିଏମ୍ ମୋଦି ବିଲେ ପାର୍ଲେରେ ଥିବା ଲୋକମାନ୍ୟ ସେବା ସଙ୍ଘ ତିଲକ ମନ୍ଦିରରେ ପୂଜା କରିଥିଲେ । ଏଥିସହିତ ମୁମ୍ବାଇର ତିନୋଟି ମେଟ୍ରୋ ଲାଇନ୍ର ଲୋକାର୍ପଣ କରିଛନ୍ତି ମୋଦି। ମହାରାଷ୍ଟ୍ରର ଏକ ଦିବସୀୟ ଗସ୍ତରେ ମୋଦି ପହଞ୍ଚି ଏଠାରେ ପାଳନ କରାଯାଉଥିବା ଗଣେସ ପୂଜାରେ ମଧ୍ୟ ସାମିଲ୍ ହୋଇଥିଲେ ।
ପାଖାପାଖି ୧୯ହଜାର କୋଟି ଟଙ୍କାର ଏହି ନିନୋଟି ମେଟ୍ରୋ ଲାଇନ୍ ପରିଯୋଜନା ଲୋକୋର୍ପଣ କରିଛନ୍ତି ମୋଦି । ଏଥିସହିତ ମୋଦି ମେଟ୍ରୋ ଭବନର ଭୂମିପୂଜା ମଧ୍ୟ କରିଛନ୍ତି । ମେଟ୍ରୋ ଭବନର କାର୍ଯ୍ୟ ୩୬ମାସ ରେ ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି । ସେହିପରି ତିନି ମେଟ୍ରୋ ଲାଇନ୍ର କାର୍ଯ୍ୟ ୨୦୨୬ପର୍ଯ୍ୟନ୍ତ ଶେଷ ହେବା ନେଇ ଆଶ କରାଯାଇଛି ।