March 28, 2023

ହିନ୍ଦୁ ଆତଙ୍କବାଦ ମୁଦ୍ଦା କୁ ନେଇ କଂଗ୍ରେସ ଉପରେ ବର୍ଷିଲେ ନରେନ୍ଦ୍ର ମୋଦି

1 min read

ଆଓରି-ନୂଆଦିଲ୍ଲୀ(୦୧/୦୪) : ରବିବାର ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ହିନ୍ଦୁ ଆତଙ୍କବାଦୀ ଉପରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ସମ୍‌ଝୋତା ଏକ୍ସପ୍ରେସ ବିସ୍ଫୋରଣ ମାମଲାରେ ସ୍ୱାମୀ ଅସିମାନନ୍ଦ ଏବଂ ସାଥି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ତେବେ ଏହି ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଲସ୍କରକୁ ଭଲ କହିବା ସହ ହିନ୍ଦୁଙ୍କୁ ଆତଙ୍କବାଦୀଙ୍କ ପରିଚୟ ଦେଇଥିଲା । ତେବେ ଦେଶରେ ହିନ୍ଦୁଙ୍କୁ ଆତଙ୍କବାଦୀ କହି କଂଗ୍ରେସ ଭୁଲ କରିଛି ଏବେ କ୍ଷମା ମାଗୁ ବୋଲି କହିଥିଲେ ଶାହ ।

ତେବେ ଶାହଙ୍କ ବକ୍ତବ୍ୟର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ହିନ୍ଦୁ ଆତଙ୍କବାଦ ମୁଦ୍ଦା କୁ ନେଇ ଖୁବ ବର୍ଷିଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ସମୟରେ ମହାତ୍ମା ଗାନ୍ଧୀଙ୍କ କର୍ମଭୂମି କୁହାଯାଉଥିବା ୱାର୍ଦ୍ଧାରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଦେଶର କୋଟି କୋଟି ଲୋକଙ୍କୁ ଆତଙ୍କବାଦ ସହ ଯୋଡିଥିଲା । ଯେତେବେଳେ ଲୋକ ଜାଗ୍ରତ ହୋଇଗଲେ କଂଗ୍ରେସ ଦେଶରୁ ପଳାୟନା କଲା । ସେ ସିଧା ସଳଖ ଭାବରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ । ଏହା କହିବାର ଅର୍ଥ ହେଉଛି ରାହୁଲ ଅମେଠି ବ୍ୟତୀତ କେରଳର ୱାୟନାଡରୁ ନିର୍ବାଚନ ଲଢୁଛନ୍ତି  ବୋଲି କହିଛନ୍ତି ମୋଦି ।

ସ୍ୱାମୀ ଅସିମାନନ୍ଦ ନିର୍ଦ୍ଦୋଷରେ ବାହାରିବା ପରେ  କଂଗ୍ରେସର ପ୍ଲାନ ପାଣି ଫାଟି ଗଲା । ଏଥିରୁ ସ୍ପଷ୍ଟ ଜଣା ପଡୁଛି କି, ଦେଶର ଲୋକ ଏବେ କଂଗ୍ରେସକୁ ବୁଦ୍ଧି ଶେଖେଇବାକୁ ମନ କରି ନେଇଛନ୍ତି । ସେ ଏବେ ମଇଦାନ ଛାଡି ପଳାୟନ କରିବାକୁ ବସିଛି । ହିନ୍ଦୁ ମାନଙ୍କୁ କଂଗ୍ରେସ ଆତଙ୍କବାଦ ସହ ଯୋଡିଛି । ତେଣୁ ହିନ୍ଦୁ ବହୁଳ ଥିବା ସ୍ଥାନରେ ସେ ନିର୍ବାଚନ ଲଢି ପାରିବେ ନାହିଁ ବୋଲି ୱାୟନାଡ ଆସନରୁ ନିର୍ବାଚନ ଲଢୁଛନ୍ତି ।

ଦେଶର କୋଟି କୋଟି ହିନ୍ଦୁଙ୍କ ଉପରେ ଆତଙ୍କବାଦର ଦାଗ ଲଗାଇବା କାମ କେବଳ କଂଗ୍ରେସ କରିଛି । ସେ ଆମର ୫ହଜାର ବର୍ଷର ହିନ୍ଦୁ ସଭ୍ୟତା ଉପରେ କଳଙ୍କ ଲଗାଇଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ମୋଦି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.