ଏପ୍ରିଲରେ ଚାଷୀଙ୍କ ଖାତାକୁ ଆସିବ ମୋଦି ସରକାରଙ୍କ କିଷାନ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା
1 min read
ଆଓରି-ନୂଆଦିଲ୍ଲୀ(୨୪/୦୨) : କେନ୍ଦ୍ର ସରକାରଙ୍କ କିଷାନ୍ ନିଧି ଯୋଜନାରେ ପୁଣି ମିଳିବ ଟଙ୍କା । ଦ୍ୱିତୀୟ କିସ୍ତିରେ ୪.୭୪ କୋଟି ଚାଷୀଙ୍କୁ ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି । କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା କିଷାନ ନିଧି ଯୋଜନାରେ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଦ୍ୱିତୀୟ କିସ୍ତି ଟଙ୍କା । ତେବେ ପ୍ରଥମ କିସ୍ତରେ ଟଙ୍କା ମିଳି ସାରିବା ପରେ ଏବେ ଦ୍ୱିତୀୟ କିସ୍ତିରେ ଟଙ୍କା ଆସିବାକୁ ବସିଲାଣି । ହେଲେ ରଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ଏବେ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ଯାଇ ପାରି ନାହିଁ ବୋଲି ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆସନ୍ତା ଏପ୍ରିଲରେ ସବୁ ଚାଷୀଙ୍କୁ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ସ୍ଥିର କରାଯାଇଛି ।
ସୂଚନା ଅନୁସାରେ ଚଳିତ ମାସ ୧୦ ତାରିଖରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଦେଶର ୪.୭୪ କୋଟି ଚାଷୀ ସେମାନଙ୍କ ନାମ ପଂଜିକରଣ କରିଥିଲେ । ଶନିବାର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ଏହି ୪.୭୪ କୋଟି ଚାଷୀ ଓ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିସାରିଛି । ଅଧିକାରୀ କହିଛନ୍ତି, ଚଳିତ ମାସ ଶେଷ ଯାଏଁ ଅଥବା ଆସନ୍ତା ମାସରେ ଚାଷୀମାନେ ପିଏମ୍ କିଷାନ ଯୋଜନାର ଟଙ୍କା ପାଇ ପାରିବେ ।
କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍ରେ ୭୫,୦୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ଅନୁଯାୟୀ ୨ ହେକ୍ଟର ଯାଏଁ ଚାଷ କରୁଥିବା ଚାଷୀଙ୍କ ଆକାଉଣ୍ଟକୁ ୩ କିସ୍ତିରେ ୬୦୦୦ ଟଙ୍କା ଦିଆଯିବ କହିଥିଲେ ।