ଅକ୍ଟୋବର୨ରୁ ଓଡିଶାରେ ପ୍ଲାଷ୍ଟିକ୍ ବନ୍ଦ
1 min read
ଆଓରି-ଭୁବନେଶ୍ଵର(୧୭/୦୯) : ଆଉ ମନ ଉଚ୍ଛା ପ୍ଲାଷ୍ଟିକ ବ୍ୟବହାର କରିପାରିବେ ନାହିଁ । ସାରା ରାଜ୍ୟରେ ଲାଗିବ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା । କଡ଼ାକଡ଼ି ଭାବେ ଏହାକୁ ଆସନ୍ତା ଅକ୍ଟୋବର୨ରୁ କାର୍ଯ୍ୟକାରୀ କରାଯିବ । ସହରାଞ୍ଚଳ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ କଟକଣା ଲାଗିବ । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ କହିଥିଲେ । ଯାହାକୁ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିକ୍ରମ ଆରୁଖ କହିଛନ୍ତି ।