April 19, 2024

ଆଜି ଏ ବର୍ଷର ପେଟ୍ରୋଲ ଦର ସବୁଠାରୁ କମ୍‌

1 min read
Petrol-Price-Low-Aajira-Odisha

ଆଓରି-ନୂଆଦିଲ୍ଲୀ(୩୧/୧୨) : ଆଜି ଏ ବର୍ଷର ପେଟ୍ରୋଲ ଦର ସବୁଠାରୁ କମ୍‌ ରହିଛି। ଆଜି ଦିଲ୍ଳୀରେ ପେଟ୍ରୋଲର ମୂଲ୍ୟ ୬୮ ଟଙ୍କା ୮୪ ପଇସା ଥିବା ବେଳେ ଗତକାଲି ଏହାର ଲିଟର ପିଛା ମୂଲ୍ୟ ଥିଲା ୮୬ ପଇସାକୁ ଖସିଛି। ଗତକାଲିଠାରୁ ଆଜିର ପେଟ୍ରୋଲ ଦର ୨୦ ପଇସା କମିଛି।ଠିକ୍‌ ସେହିପରି ଆଜି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୭୪ ଟଙ୍କା ୪୭ ପଇସା,କୋଲକାତାରେ ୭୦ ଟଙ୍କା ୯୬ ପଇସା ଓ ଚେନ୍ନାଇରେ ୭୧ ଟଙ୍କା ୪୧ ପଇସା ରହିଛି। ଗତ ଅକ୍ଟୋବର ୧୮ ତାରିଖରୁ ପେଟ୍ରୋଲ୍‌ର ମୂଲ୍ୟ ଗୋଟିଏ ଦିନ ବ୍ୟତୀତ ସବୁ ଦିନ ହ୍ରାସ ପାଇବାରେ ଲାଗିଛି।

ଅକ୍ଟୋବର ୧୮ ତାରିଖ ତୁଳନାରେ ଆଜିର ପେଟ୍ରୋଲ ଦରକୁ ଲକ୍ଷ୍ୟ କଲେ ଏଥିରେ ୧୩ଟଙ୍କା ୫୯ ପଇସା ହ୍ରାସ ପାଇଛି। ଅକ୍ଟୋବର ୪ ତାରିଖରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ୮୪ ଟଙ୍କା ଦିଲ୍ଲୀରେ ହୋଇଥିବାର ନଜିର ରହିଛି। ଆଗାମୀ ଦିନ ମାନଙ୍କରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆହୁରି ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.