July 13, 2024

ଧାମନଗର ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ କୁଶପୁତ୍ତଳିକା ଦାହ କଲେ ବିକ୍ଷୋଭକାରୀ

1 min read
people-set-fired-Aajira-Odisha

ଆଓରି-ଭୁବନେଶ୍ଵର(୧୪/୦୨) : ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପିଠା ଓ କାଳିଆ ଯୋଜନା କାର୍ଯ୍ୟକ୍ରମକୁ ଶାସକ ଦଳ ଦଳୀୟ କାର୍ଯ୍ୟକ୍ରମ ଭାବେ ଆୟୋଜିତ କରିଛନ୍ତି । ଏହାସହ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ଆଜି ଭଦ୍ରକ ତିହିଡି ବ୍ଲକର ୧୨ଜଣ ସରପଞ୍ଚ ସ୍ଥାନୀୟ ଡ଼ାକବଙ୍ଗଳାରୁ ଏକ ଶୋଭାଯାତ୍ରାରେ ବାହାରି ତିହିଡି ବ୍ଲକ କାର୍ଯ୍ୟାଳୟ ସମୁଖରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି ।

ସେପଟେ ଚାନ୍ଦବାଲି ଧାମନଗର ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଯାହା ଚର୍ଚ୍ଚାର ବିଷୟ ହୋଇଛି । ସରକାରଙ୍କ ପିଠା ଓ କାଳିଆ କାର୍ଯ୍ୟକ୍ରମ ବିରୋଧରେ ନିର୍ବାଚିତ ପ୍ରତିନିଧିମାନେ ବିଧାୟକ ଓ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ପରେ ସମସ୍ତେ ନିଜ ନିଜର ପଞ୍ଚାୟତ କାର୍ଯ୍ୟାଳୟ ଚାବି କାଠିକୁ ବିଡ଼ିଓଙ୍କୁ ହସ୍ତାନ୍ତର କରିବା ଘଟଣା ମଧ୍ୟ ଚର୍ଚାର ବିଷୟ ହୋଇଛି । ଏହି କାର୍ଯ୍ୟକ୍ରମ ସରକାର ଲୋକଙ୍କ ପାଇଁ କହୁଥିବା ବେଳେ ଦଳୀୟ ବେବସ୍ତା ଓ ନିଜ ଇଚ୍ଛାରେ ସ୍ଥାନ ପରିବର୍ତ୍ତନ କରିବା ଘଟଣା ନିନ୍ଦନୀୟ ବୋଲି କହିଛନ୍ତି ବିକ୍ଷୋବରେ ସାମିଲ ନିର୍ବାଚିତ ପ୍ରତିନିଧିମାନେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.